Below header

କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ହେଲେ ସଂକ୍ରମିତ, ଆଇସୋଲେସନ ଓ୍ଵାର୍ଡରେ ଭର୍ତ୍ତି

କରୋନା ଆଁରେ ସମଗ୍ର ବିଶ୍ୱ କବଳିତ। ଭାରତରେଏପର୍ଯ୍ୟନ୍ତ ୧୭୦ଟି ମାମଲା ସାମ୍ନାକୁ ଆସିଲାଣି। ୩ ଜଣ କରୋନା ଭାଇରସ ଯୋଗୁଁ ମୃତ୍ୟୁବରଣ କରିସାରିଲେଣି। ଏପରି ସ୍ଥଳେ ଲକ୍ଷ୍ମୌର କିଙ୍ଗ ଜଜ୍‌ ମେଡିକାଲ କଲେଜରେ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଟିମ୍‌ ମଧ୍ୟରୁ ଦୁଇଜଣଙ୍କୁ କରୋନା ସଂକ୍ରମଣ ଲକ୍ଷଣ ଦେଖିବାକୁ ମିଳିଛି। ଏହି ଟିମ୍‌ର ସମସ୍ତ ସଦସ୍ୟକୁ ଚିକିତ୍ସାକୁ ଦୃଷ୍ଟିରେ ରଖାଯାଇଛି। ଯେଉଁ ଦୁଇଜଣ ଡାକ୍ତର କରୋନା ସଂକ୍ରମିତ ହୋଇଛନ୍ତି ତାଙ୍କୁ ଆଇସୋଲେସନ ଓ୍ଵାର୍ଡରେ ଭର୍ତ୍ତି କରାଯାଇଛି। ୟୁପିରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି।

korona

ସୂଚନା ମୁତାବକ, ଏହି ଦୁଇ ଚିକିତ୍ସକ କନାଡାରୁ ଆସିଥିବା ମହିଳା ଏବଂ ତାଙ୍କ ସଂପର୍କୀୟ କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ଚିକିତ୍ସାପ ।ଇଁ ରଖାଯାଇଥିଲା। ବୁଧବାର ରାତିରେ ସେହି ଦୁହିଁଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଯୋଗୁଁ ଆଇସୋଲେସନ ଓ୍ଵାର୍ଡକୁ ସିଫ୍ଟ କରାଯାଇଥିଲା। ଏହା ପୂର୍ବରୁHCL ର ଜଣେ କର୍ମଚାରୀଙ୍କ ମଧ୍ୟ କରୋନା ପଜେଟିଭ ଦେଖିବାକୁ ମିଳିଥିଲା। ନୋଏଡାରେ ଏପର୍ଯ୍ୟନ୍ତ ଚାରିଟି ମାମଲା ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.