Below header

ଆଜିଠୁ ଗଞ୍ଜାମ ସହାଞ୍ଚଳରେ ଡୋର ଟୁ ଡୋର ସ୍କ୍ରିନିଂ, OXY METER ଧରି ବୁଲିବେ ମେଡିକାଲ ଟିମ୍‌

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨ ହଜାର ୮୩୬ ପଜିଟିଭ୍‌ କେସ୍‌ । ସେମାନଙ୍କ ଭିତରୁ ୧୬ ଶହ ୭ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍‌ କେସ୍‌ ରହିଛି ୧ ହଜାର ୨୦୧ । ସବୁଠାରୁ ବଡ କଥା ଜିଲ୍ଲାରେ ୨୭ ଜଣଙ୍କର ଜୀବନ ନେଇ ସାରିଲାଣି କରୋନା । ମହାମାରୀ ମୁକାବିଲା ପାଇଁ ଗଞ୍ଜାମ-ଖୋର୍ଦ୍ଧା-ନୟାଗଡ଼ ବର୍ଡରକୁ ସିଲ୍‌ କରାଯାଇଛି । ସାଧାରଣ ରୋଗୀଙ୍କ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ମଧ୍ୟ ବନ୍ଦ ରଖାଯାଇଛି। ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ଏମ୍‌କେସିଜିର ଓପିଡି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହାକୁ ନଜରରେ ରଖି ଆଜିଠାରୁ ଗଞ୍ଜାମର ସହାଞ୍ଚଳରେ ଡୋର ଟୁ ଡୋର ସ୍କ୍ରିନିଂ । ମେଡିକାଲ ଟିମ୍‌ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିବେ । ଏହି ଟିମ୍‌ OXY METER ଧରି ବୁଲିବେ । ଆବଶ୍ୟକସ୍ଥଳେ ଏହାର ବ୍ୟବହାର କରାଯିବ । ଏଥିପାଇଁ ଗତକାଲି ମଧ୍ୟରାତ୍ରରୁ ୧୩ ତାରିଖ ଯାଏ ସମସ୍ତ ୧୬ଟି ଏନ୍‌ଏସି, ହିଞ୍ଜିଳିକାଟୁ ମ୍ୟୁନିସ୍‌ପାଲିଟି ଓ ବ୍ରହ୍ମପୁର ମହାନଗର ନିଗମ ସମେତ ସବୁ ବ୍ଲକ ହେଡ୍‌କ୍ୱାର୍ଟର ସଟ୍‌ଡାଉନ୍‌ ରଖାଯାଇଛି । ସ୍କ୍ରିନିଂ ସମୟରେ ମେଡିକାଲ ଟିମ୍‌କୁ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛଛି ଜିଲ୍ଲା ପ୍ରଶାସନ । ସେହିପରି ଜିଲ୍ଲାକୁ ଆସିଛି ଆଣ୍ଟିଜେନ୍‌ କିଟ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.