ସୁନା କିଣିବାକୁ ଚାହୁଁଛନ୍ତିକି, ତେବେ ଜାଣି ରଖନ୍ତୁ ଆଜି କେତେ ରହିଛି ଦର

ବୁଧବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ସୁନା ମୂଲ୍ୟରେ ଅତି ସାମାନ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୨୦ ଟଙ୍କା ହ୍ରାସ ପାଇ ୪୭,୬୩୦ଟଙ୍କାରୁ ୪୭,୬୧୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ବି ସମାନ ଭାବେ ୧୦ ଗ୍ରାମ ପ୍ରତି ୨୦ ଟଙ୍କା ହ୍ରାସ ପାଇଁ ୪୬,୬୩୦ ଟଙ୍କାରୁ ୪୬,୬୧୦ ଟଙ୍କାରେ ପହଂଚିଛି । ସେପଟେ ଓଡିଶା ରାଜଧାନୀ ଭୁବନେଶ୍ୱରରେ କିନ୍ତୁ ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ କିଛିଟା ବୃଦ୍ଧି ଘଟିଥିବା ଲକ୍ଷ କରାଯାଇଛି । ରାଜଧାନୀ ବଜାରରେ ୨୪ କ୍ୟାରେଟ ଦର ୧୦ ଗ୍ରାମ ପ୍ରତି ୩୬୦ ଟଙ୍କା ବଢି ୫୦,୬୩୦ ଟଙ୍କାରୁ ୫୦,୯୯୦ ଟଙ୍କା ଛୁଇଁଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ବି ସମାନ ଭାବେ ୧୦ ଗ୍ରାମ ପ୍ରତି ୩୬୦ ଟଙ୍କା ବୃଦ୍ଧି ପାଇ ୪୬,୪୨୦ରୁ ୪୬,୭୮୦ ଟଙ୍କାରେ ପହଁଚିଥିବା ରେକର୍ଡ ହୋଇଛି । ସେପଟେ ଦେଶର ଅନ୍ୟାନ ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଆସିଥିବା ଜଣାଯାଇଛି ।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୭,୬୧୦ ଟଙ୍କା ଓ ୪୬,୬୧୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୮,୭୧୦ ଟଙ୍କା ଓ ୪୭,୫୧୦ ଟଙ୍କା ରହିଛି । ବୁଧବାର ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଭାରତର ଅନ୍ୟତମ ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୫୧,୦୦୦ ଟଙ୍କା ଓ ୪୬,୭୯୦ ଟଙ୍କା ଥିବା ବେଳେ କୋଲକାତାରେ ଏହି ମୂଲ୍ୟ ଯଥାକ୍ରମେ ୪୯,୧୮୦ ଟଙ୍କା ଓ ୪୭,୮୮୦ ଟଙ୍କା ରହିଛି । ସୁନା ପରି ଅନ୍ୟତମ ମୂଲ୍ୟବାନ ଧାତୁ ରୂପା ଦରରେ ବି ବୁଧବାର ସନ୍ଧ୍ୟା ସୁଦ୍ଧା ମଧ୍ୟମ ଧରଣର ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ପୂର୍ବ ଦିନ ସନ୍ଧ୍ୟା ସୁଦ୍ଧା ରୂପା ଦର କିଲୋଗ୍ରାମ ପ୍ରତି ୪୯,୩୦୦ ଟଙ୍କା ଥିବା ବେଳେ ବୁଧବାର ସନ୍ଧ୍ୟାକୁ ଏହି ଦର ୫୦,୦୩୦ ଟଙ୍କା ଛୁଇଁଥିବା ଜଣାଯାଇଛି । ସେପଟେ ଅନ୍ୟରାଷ୍ଟ୍ରୀୟ ବଜାରରେ ବୁଧବାର ସୁନା ମୂଲ୍ୟ ଆଉନ୍ସ ପ୍ରତି ୦.୩୧ ପ୍ରତିଶତ ବା ୫.୬୦ ଡ଼ଲାର ବୃଦ୍ଧି ପାଇ ୧୮୧୫.୫୦ ଡ଼ଲାରରେ ଟ୍ରେଣ୍ଡ କରୁଥିବା ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.