ଟ୍ରକ ପଛରେ ପିଟିହେଲା କାର୍, ଜଣେ ମୃତ ୨ ଗୁରୁତର

କାମାକ୍ଷାନଗର(କେନ୍ଯୁଜ୍): ଟ୍ରକ ପଛରେ ପିଟି ହେଲା କାର୍। ଘଟଣାସ୍ଥଳରେ ଜଣେ ମୃତ ୨ ଗୁରୁତର। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ତୁମୁସିଂଗା ଥାନା ମହୁଲି ଛକ ନିକଟରେ ଗତକାଲି ସଂଧ୍ଯାରେ ଦୁର୍ଘଟଣା ଘଟିଯାଇଛି। ରିପୋର୍ଟ ଅନୁଯାୟୀ ଭୁବନେଶ୍ବରରୁ OD02R 9659 ଏକ ମାରୁତି ସ୍ବିଫ୍ଟ୍ କାରରେ ଶିବ ପ୍ରସାଦ ଜେନା ତାଙ୍କ ଭଉଣୀ ଦମୟନ୍ତି ବେହେରା ଓ ଭାଣିଜି ଶୁଭଲକ୍ଷ୍ମୀ ବେହେରା (୯)ଙ୍କୁ ନେଇ ବଣାଇ ଯାଉଥିଲେ। ଏହି ସମୟରେ ମହୁଲି ଛକ ନିକଟ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ ପଛରେ କାର୍ ଟି ପିଟି ହୋଇଥିଲା। ଘଟଣାସ୍ଥଳରେ ଦମୟନ୍ତି ବେହେରାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଅନ୍ଯପଟେ ଦୁର୍ଘଟଣା ପରେ କାର୍ ଚାଳକ ଫେରାର୍ ଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.