Below header

ପରଲୋକରେ ବଲିଉଡର ପ୍ରଖ୍ଯାତ କମେଡିୟାନ୍‌ ଜଗଦୀପ, ସୋଲେର ସୁରମା ଭୋପାଳି ଚରିତ୍ରରେ ସାଉଁଟିଥିଲେ ଖୁବ୍ ପ୍ରଶଂସା

ନୂଆଦିଲ୍ଲୀ: ପରଲୋକରେ ବଲିଉଡ୍‌ ଅଭିନେତା ତଥା ପ୍ରଖ୍ଯାତ କମେଡିୟାନ୍‌ ଜଗଦୀପ। ୮୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ମିଳିଥିବା ସୂଚନା ମୁତାବକ ଦୀର୍ଘ ବର୍ଷ ଧରି ସେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡିତ ଥିଲେ। ତେବେ ସୋଲେର ଭୋପାଳି ଚରିତ୍ରରେ ସେ ଖୁବ୍ ପରିଚୟ ଲାଭ କରିଥିଲେ ।

comedian୭୦ଦଶକରୁ ଆରମ୍ଭ କରି ୯୦ଦଶକ ଯାଏ ବଲିଉଡ୍‌ରେ ବେଶ୍‌ ସକ୍ରିୟ ଥିଲେ ଜଗଦୀପ। ସେ ପାଖାପାଖି ୪୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କର ପ୍ରକୃତ ନାମ ସଇଦ ଇସ୍ତିଆକ ଅହମ୍ମଦ ଜାଫ୍‌ରୀ। କିନ୍ତୁ ବଲିଉଡ୍‌ରେ ସେ ଜଗଦୀପ ନାମରେ ବେଶ୍‌ ଜଣାଶୁଣା ଥିଲେ। ତାଙ୍କ ବିୟୋଗରେ ବଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି।

bollywoodସୂଚନ ଥାଉକି, ବଲିଉଡକୁ ଗୋଟିଏ ପରେ ଗୋଟିଏ ଝଟକା ମିଳିବାରେ ଲାଗିବାରେ। ନିକଟରେ ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ଦେହାନ୍ତ ହୋଇଥିବାବେଳେ ତାଙ୍କ ପୂର୍ବରୁ ଅଭିନେତା ସୁଶାନ୍ତ ସିଂ ରାଜପୁତ, ଇରାନ୍ ଖାନ୍ ଏବଂ ଋଷି କପୁରଙ୍କ ପରଲୋକ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.