ନିଜ ମୋବାଇଲରୁ ୮୯ଟି ଆପ୍‌ ହଟାଇବେ ଆର୍ମୀ ଯବାନ, ଆସନ୍ତା ଜୁଲାଇ ୧୫ ସୁଦ୍ଧା କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ନିଜ ମୋବାଇଲରୁ ୮୯ଟି ଆପ୍‌ ହଟାଇବେ ଆର୍ମୀ ଯବାନ । ଆର୍ମୀର ୧୩ ଲକ୍ଷ ଯବାନ ଓ ଅଧିକାରୀଙ୍କୁ ୮୯ଟି ଆପ୍‌ ସହ ଫେସବୁକ୍‌ ଓ ଇନଷ୍ଟାଗ୍ରାମ ଅନ୍‌ଇନଷ୍ଟଲ କରିବାକୁ କୁହାଯାଇଛି । ଆସନ୍ତା ଜୁଲାଇ ୧୫ ସୁଦ୍ଧା ଅନଇନ୍‌ଷ୍ଟଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍‌ ଇନଷ୍ଟଲ କରିବାକୁ କୁହାଯାଇଥିବା ଆପ୍‌ ଭିତରେ ରହିଛି ଭାରତ ସରକାର ବ୍ୟାନ କରିଥିଲ ୫୯ଟି ଚାଇନିଜ୍‌ ଆପ୍‌ । ପାକିସ୍ତାନ ଓ ଚୀନ୍‌ର ଇଣ୍ଟେଲିଜେନ୍ସ ଏଜେନ୍ସି ଦ୍ୱାରା ଭାରତୀୟ ଯବାନ ଅନ୍‌ଲାଇନ୍‌ରେ ଟାର୍ଗେଟ୍‌ ହେଉଥିବାରୁ ସୁରକ୍ଷା ଦୃଷ୍ଟିରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.