ଆଠଗଡ଼ : ସଂକ୍ରମଣ ବଢ଼ିବାରୁ ୧୪ଟି ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କଲା ପ୍ରଶାସନ

ଆଠଗଡ଼ (କେନ୍ୟୁଜ୍‌) : ଆଠଗଡ଼ର ବିଭିନ୍ନ ଗ୍ରାମାଞ୍ଚଳରେ ଏବେ ମହାମାରୀ କରୋନା ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ଚାରି ଦିନ ମଧ୍ୟରେ ବିଭିନ୍ନ ପଂଚାୟତରୁ ଶତାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ସ୍ଥାନୀୟ ପ୍ରଶାସନ । କରୋନା ସଂକ୍ରମଣରେ ରୋକ ଲଗାଇବା ପାଇଁ ଆଠଗଡ଼ ବ୍ଳକର ବିଭିନ୍ନ ପଂଚାୟତର ୧୪ଟି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍‌ ଭାବରେ ଘୋଷଣା କରିଛନ୍ତି ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ।

କରୋନା ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ଲୋକଙ୍କ ସହଯୋଗ ଲୋଡ଼ା ଯାଇଛି । କାରଣ କଣ୍ଟେନମେଣ୍ଟ ଜୋନ୍‌ରେ ଯେଉଁ ବ୍ୟବସ୍ଥା କରାଯିବ ତାକୁ ମାନିବା ଜରୁରୀ ବୋଲି ପ୍ରଶାସନ କହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.