Below header

ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କରୋନା ଟେଷ୍ଟ, ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇ ନାହାନ୍ତି କୌଣସି ନୂଆ ଆକ୍ରାନ୍ତ

ଭୁବନେଶ୍ବର: ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ସଂକ୍ରମଣ କମ୍‌ ରହିଛି । ପ୍ରତିଦିନ ବଢୁଛି ନମୁନା ପରୀକ୍ଷା ସଂଖ୍ୟା । ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଟେଷ୍ଟ ହୋଇଛି । ଗତକାଲି ୧୧୯୭ ଜଣଙ୍କ ନମୁନା ପରୀକ୍ଷା ହୋଇଥିଲା । ସବୁ ରିପୋର୍ଟ ଆସିଥିଲା ନେଗେଟିଭ୍‌ । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରୁ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ୬୦ ରେ ସୀମିତ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ସେଥି ଭିତରୁ ଆକ୍ଟିଭ୍‌ କେସ୍‌ ୪୦ । ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି ୧୯ଜଣ । ଜଣଙ୍କର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.