ଚଳିତ ମାସ ଏହି ସବୁ ତାରିଖରେ ଆକାଶରେ ଦେଖିବାକୁ ମିଳିବ ବିରଳ ମହାଜାଗତିକ ଦୃଶ୍ୟ: ବୃହସ୍ପତି, ଶନି ଓ ମଙ୍ଗଳ ଗ୍ରହର ଖୁବ୍‌ ପାଖରେ ରହିବ ଚନ୍ଦ୍ର

ନୂଆଦିଲ୍ଲୀ: ଆକାଶରେ ଦେଖିବାକୁ ମିଳିବ ବିରଳ ମହାଜାଗତିକ ଦୃଶ୍ୟ। ବୃହସ୍ପତି, ଶନି ଓ ମଙ୍ଗଳ ଗ୍ରହର ଖୁବ୍‌ ପାଖରେ ରହିବ ଚନ୍ଦ୍ର। ଏହି ଦୃଶ୍ୟ ୧୬ , ୧୭ ଏବଂ ୨୫ ଓ ୨୭ ତାରିଖରେ ମଧ୍ୟ ଦୃଶ୍ୟମାନ ହେବ। ଏହି ତିନିଟି ଗ୍ରହ ଏପ୍ରିଲ ମାସସାରା ପାଖାପାଖି ରହିବେ। ପ୍ରତିଦିନ ଭୋର ସମୟରେ ଉତ୍ତର-ପୂର୍ବ ଦିଗବଳୟ ଉପରେ ଦୀର୍ଘ ୧ ଘଣ୍ଟା ଧରି ଦେଖାଯିବ। ସେହିପରି ଶୁକ୍ର ଗ୍ରହ ଖୁବ୍‌ ଉଜ୍ୱଳ ହୋଇ ପଶ୍ଚିମ ଆକାଶରେ ୩ ଘଣ୍ଟା ଧରି ଦୃଶ୍ୟ ହେବ। ଏପ୍ରିଲ ମାସ ସାରା ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ତେବେ ୨୬ ଓ ୨୭ ତାରିଖରେ ଚନ୍ଦ୍ର ଶୁକ୍ର ଗ୍ରହର ଖୁବ୍‌ ପାଖରେ ରହିବ। ଏହି ବିରଳ ଦୃଶ୍ୟ ଦେଖିବାକୁ ପଠାଣି ସାମନ୍ତ ପ୍ଲାନେଟୋରିଅମ ପକ୍ଷରୁ ଅନୁରୋଧ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.