Below header

କରୋନା ପାଇଁ ବଢିଛି ଭାରତର ଚର୍ଚ୍ଚା, ଶତୃ ରାଷ୍ଟ୍ର ମଧ୍ୟ ହାଇଡ୍ରୋକ୍ସିକ୍ଳୋରୋକ୍ୱିନ ପାଇଁ ପତାଉଛନ୍ତି ହାତ

ସାରା ବିଶ୍ଵରେ ଏବେ କରୋନା ଭାଇରସ ଏକ ଭୟଙ୍କର ସମସ୍ୟା ରୂପେ ଠିଆ ହୋଇଛି । ଚିନରୁ ଆରମ୍ଭ ହୋଇଥିବା ଏହି ମାରାତ୍ମକ ଭାଇରସ ଦୁନିଆରେ ଗୋଟିଏ ପରେ ଗୋଟିଏ ପରେ ଗୋଟେ ଦେଶରେ ନିଜର କାୟା ବିସ୍ତାର କରିଚାଲିଛି । ଶକ୍ତିଶାଳୀଠୁ ମହାଶକ୍ତିଶାଳୀ ରାଷ୍ଟ୍ରମାନେ ମଧ୍ୟ କରୋନା ଆଗରେ ହାର ମାନି ସାରିଲେଣି । ତେବେ ଏହା ମଧ୍ୟରେ ବର୍ତ୍ତମାନ ଭାରତ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି । ସାରା ବିଶ୍ଵରେ ଏବେ ଭାରତର ଜୟଜୟକାର । ମହାଶକ୍ତି ଆମେରିକାଠାରୁ ଆରମ୍ଭ କରି ବ୍ରାଜିଲ, ଫ୍ରାନ୍ସ ସହ ଲାଟିନ ଆମେରିକୀୟ ଦେଶ ସମସ୍ତେ ଭାରତଠାରୁ ଲୋଡ଼ିଛନ୍ତି ସହଯୋଗ । କେବଳ ସେତିକି ନୁହେଁ ଭାରତକୁ ସର୍ବଦା ନିଜର ଶତ୍ରୁ ମାନୁଥିବା ପାକିସ୍ତାନ ଓ ତା’ର ଦୁଇ ବନ୍ଧୁ ରାଷ୍ଟ୍ର ତୁର୍କୀ ଓ ମାଲେସିଆ ମଧ୍ୟ ଭାରତ ଆଗରେ ହାତ ପାତିଛନ୍ତି । ତେବେ ଏହା ପଛରେ କାରଣ ହେଉଛି ଭାରତର ଔଷଧ ହାଇଡ଼୍ରୋକ୍ସିକ୍ଲୋରୋକ୍ବିନ । ତେବେ ଏଭଳି ସ୍ଥିତିରେ ଭାରତ ଅନେକ ଦେଶକୁ ହାଇଡ଼୍ରୋକ୍ସିକ୍ଲୋରୋକ୍ବିନ ପଠାଇବା ପାଇଁ ସମ୍ମତି ଦେଇଛି । ନିଜ ଆବଶ୍ୟକତା ଭରଣା ପରେ ଏହି ଔଷଧ ପଠାଯିବାକୁ କୁହାଯାଇଥିଲେ ମଧ୍ୟ ଜରୁରୀ ଆବଶ୍ୟକତା ନିମନ୍ତେ ବ୍ରାଜିଲ, ଆମେରିକା, ଆଫଗାନିସ୍ତାନ, ମାଲଡ଼େଭିସ, ଇଂଲଣ୍ଡ, ସ୍ପେନ, ଇଟାଲୀ, ରୁଷ, ୟୁଏଇ, ଜୋର୍ଡ଼ାନ, ଉଗାଣ୍ଡା, କୁଏତ ପରି କିଛି ଦେଶକୁ ଏହି ଔଷଧ ରପ୍ତାନୀ କରିଛି ଭାରତ ।

ବର୍ତ୍ତମାନ ସବୁ ଦେଶରେ ଚାଲିଛି ଭାରତର ଚାଲିଛି ଚର୍ଚ୍ଚା, କାରଣ କରୋନା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଭ୍ୟାକସିନ ବାହାର କରାଯାଇନଥିବାରୁ ଏହି ସଂକ୍ରମଣକୁ କିପରି ରୋକାଯାଇପାରିବ ସେ ନେଇ ସାରା ବିଶ୍ଵ ଏବେ ଚିନ୍ତାରେ । ତେବେ କରୋନା ଚିକିତ୍ସାରେ କିଛି ମାତ୍ରାରେ ସହାୟକ ହେଉଛି ଭାରତର ହାଇଡ଼୍ରୋକ୍ସିକ୍ଲୋରୋକ୍ବିନ । ତେଣୁ ଆମେରିକା ଓ ମାଲେସିଆ ଭଳି ଶକ୍ତିଶାଳୀ ରାଷ୍ଟ୍ର ମଧ୍ୟ ଏହି ଔଷଧ ନିମନ୍ତେ ଭାରତର ସହାୟତା ଲୋଡିଛନ୍ତି । ଏପରିକି କାଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ସହ କେଇମାସ ତଳେ ଭାରତ ବିରୋଧରେ ଯୁଦ୍ଧ ଧମକ ଦେଉଥିବା ଓ ପରମାଣୁ ଅସ୍ତ୍ର ପ୍ରୟୋଗ ଚେତାବନୀ ଦେଉଥିବା ପାକିସ୍ତାନ ରାଷ୍ଟ୍ରପତି ସହାୟତା ପାଇଁ ଭାରତକୁ ଅନୁରୋଧ କରିଛି । ଏହି ଦେଶରେ କରୋନା ସଂକ୍ରମିତଙ୍କ ୬୦୦୦ ଅତିକ୍ରମ କରିଥିବା ବେଳେ ୧୧୦ ଅତିକ୍ରମ କଲାଣି ମୃତ୍ୟୁ ସଂଖ୍ୟା । ପାକିସ୍ତାନରେ ଗୋଟିଏ ପଟେ ସଂକ୍ରମିତଙ୍କ ଓ ମୃତକଙ୍କ ସଂଖ୍ୟା ବଢି ଚାଲି ଥିବା ବେଳେ ପଞ୍ଜାବ ପ୍ରାନ୍ତରେ ଏହା ଭୟାବହ ହେବାରେ ଲାଗିଛି । ପଞ୍ଜାବରେ ସଂକ୍ରମିତଙ୍କ ସଂଖ୍ୟା ୨୯୪୫କୁ ବୃଦ୍ଧି ଘଟିଥିବା ବେଳେ ୨୮ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ଠିକ ସେହିପରି ବିଶ୍ଵର ଅନ୍ୟାନ୍ୟ ଦେଶରେ ମଧ୍ୟ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ଏହା ମଧ୍ୟରେ ଭାରତ ନିଜ ସାଧ୍ୟ ଅନୁଯାୟୀ ଏହି ଔଷଧ କରୋନା ସଂକ୍ରମିତ ଦେଶ ଗୁଡିକୁ ପଠାଇବ ବୋଲି ନିଷ୍ପତ୍ତି ନେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.