ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ମୁମ୍ବାଇ ପୋଲିସ ବାହାର କଲା ନୂଆ ତରିକା, ସହରର ସମସ୍ତେ କହୁଛନ୍ତି “ମୁଁ ବି ପୋଲିସ”

୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଏକ ଦେଶରେ ସରକାରଙ୍କ ଘୋଷଣାକୁ ସାର୍ଥକ କରିବା ନିଶ୍ଚିତ ରୂପେ ଏକ କଠିନ କାମ । ଏତେ ବଡ ଦେଶରେ ଲୋକଙ୍କ ସହଯୋଗ ନରହିଲେ ହୁଏତ କିଛି କରିହେବ ନାହିଁ । କରୋନା ଭାଇରସକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଓ ଲକ ଡାଉନ ସମୟରେ ଲୋକେ ଯେମିତି ଘରୁ ନବାହାରିବେ ସେଥିପାଇଁ ଏକ ଭିନ୍ନ ଉପାୟ ଖୋଜି ବାହାର କରିଛି ମୁମ୍ବାଇ ପୋଲିସ । କେତେକ କମ୍ପାନୀ ସହିତ ମୁମ୍ବାଇ ପୋଲିସ “ମୁଁ ବି ପୋଲିସ” ନାମକ ଏକ ଅଭିଯାନ ଆରମ୍ଭ କରିଛି ।

mumbai police

ନିକଟରେ ମୁମ୍ବାଇ ପୋଲିସ ତରଫରୁ ଏକ ରୋଚକ ଭିଡିଓ ସମସ୍ତଙ୍କ ସହ ସେୟାର କରାଯାଇଛି, ଯେଉଁଥିରେ ଲୋକେ ନିଜେ ନିୟମ ମାନ ପାଳନ କରିବା ସହିତ ନିଜ ସାଙ୍ଗ ସାଥି ତଥା ପ୍ରିୟଜନଙ୍କୁ ସଚେତନ କରାଉଛନ୍ତି । ମୁମ୍ବାଇ ପୋଲିସ ସେୟାର କରିଥିବା ଏହି ଭିଡିଓ ଟିରେ ସମସ୍ତ ବର୍ଗର ଲୋକେ ନଜର ଆସୁଛନ୍ତି । ଆଉ ସେମାନେ କହୁଛନ୍ତିକି ଆମେ ନିଜ ପରିବାର ସଦସ୍ୟଙ୍କୁ କୌଣସି ପରିସ୍ଥିତିରେ ବି ବାହାରକୁ ଛାଡ଼ିବୁ ନାହିଁ । ଆମେ ଯେଉଁ ଅତି ସାଧାରଣ କାମ ପାଇଁ ବାହାରକୁ ଯାଇଥାଉ ।

ସେସବୁ ନକରିବା ପାଇଁ ଏହି ଭିଡିଓ ଟିରେ କୁହାଯାଇଛି । ଭିଡିଓ ଟିର ଶେଷ ଆଡକୁ ସମସ୍ତେ ଏକା ସାଥିରେ ପ୍ଲେ କାର୍ଡ଼ ମାଧ୍ୟମରେ “ମୁଁ ବି ମୁମ୍ବାଇ ପୋଲିସ” ଅଭିଯାନକୁ ସମର୍ଥନ କରୁଥିବା ନଜର ଆସିଛନ୍ତି । କହିରଖିବା ଉଚିତ ହେବକି, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଏଭିତରେ କରୋନା ରୋଗୀଙ୍କ ସଂଖ୍ୟା ପାଖାପାଖି ୧୨୦୦୦ ରେ ପହଂଚି ଥିବା ବେଳେ ୩୯୨ ଜଣଙ୍କ ମୃତ୍ୟୁ ହୋଇଛି । ଆଉ ସବୁଠୁ ଜରୁରୀ କଥା ହେଉଛି ମହାରାଷ୍ଟ୍ର ରାଜ୍ୟରେ ହିଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.