ଦାଉ ସାଧିଲା କରୋନା: ପରିବା ଓ ଫୁଲ ଚାଷୀଙ୍କ ପେଟପାଟଣା ଉପରେ ମାଡ଼, ଲକ୍‌ଡାଉନ୍‌ ଯୋଗୁ ହୋଇପାରୁନି ବିକ୍ରି

ପୁରୀ: ଦାଉ ସାଧିଲା କରୋନା । ଲକ୍‌ଡାଉନ୍‌ ଯୋଗୁ ବିକ୍ରି ହେଉନି ପନିପରିବା । ଚାଷୀ ମୁଣ୍ଡରେ ଚଡ଼କ । ବିଶେଷ କରି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକର ଚାଷୀ ବିଶେଷ ଭାବେ କ୍ଷତିଗ୍ରସ୍ଥ ହେଉଛନ୍ତି । ଲକ୍‌ ଡାଉନ ଯୋଗୁ ସମସ୍ତ ଦୋକାନ ବଜାର ବନ୍ଦ ଥିବାରୁ ପନି ପରିବା ବିକ୍ରୀ ହୋଇ ପାରୁନି । ବିଲରେ ପଡିପଡି ନଷ୍ଟ ହେଲାଣି ପନିପରିବା । ହଜାର ହଜାର ଟଙ୍କା କରଜ କରି ଚାଷ କରିଥିବା ଚାଷୀ ଏବେ ଋଣ ସୁଝିବା ଚିନ୍ତାରେ ।

flowerଅପରପଟେ ଲକ୍‌ଡାଉନ୍‌ ଯୋଗୁଁ ରୋଜଗାର ହରାଇଛନ୍ତି ଫୁଲ ଚାଷୀ। ଫୁଲ ଫୁଟୁଛି ହେଲେ ବିକ୍ରି ହୋଇନପାରି ମଉଳି ଯାଉଛି। ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିିଲ୍ଲା ବାଲିପାଟଣା ବ୍ଲକ ଭାକରସାହି ପଞ୍ଚାୟତର ଶତାଧିକ ପରିବାର ଫୁଲଚାଷ ଉପରେ ନିର୍ଭର କରି ଚଳନ୍ତି। ହେଲେ ଏବେ ଲକ୍‌ଡାଉନ୍‌ ଯୋଗୁଁ ଫୁଲ ଚାଷ ତ ହେଉଛି କିନ୍ତୁ ବାହାରକୁ ବିକ୍ରି ପାଇଁ ଯାଇପାରୁନି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.