ରାଜ୍ୟରେ କୋଭିଡ୍‌ କଟକଣା ଭିତରେ ଖୋଲିବ ହୋଟେଲ୍‌ ଓ ରେଷ୍ଟୁରାଣ୍ଟ, ଜାଣନ୍ତୁ କଣ ରହିଛି ନିୟମ

ଭୁବନେଶ୍ବର: ରାଜ୍ୟରେ କୋଭିଡ୍‌ କଟକଣା ଭିତରେ ଖୋଲିବ ହୋଟେଲ୍‌ ଓ ରେଷ୍ଟୁରାଣ୍ଟ। ତେବେ ରାଜ୍ୟ ସରକାର ହୋଟେଲ ଖୋଲିବା ପାଇଁ କିଛି ସର୍ତ୍ତ ରଖି ଅନୁମତି ଦେଇଛନ୍ତି। ଏଣିକି ହୋଟେଲରେ ଥିବା ରେଷ୍ଟୁରାଣ୍ଟ ଗୁଡିକ କେବଳ ସମ୍ପୃକ୍ତ ହୋଟେଲରେ ରହୁଥିବା ଲୋକମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବେ। କିନ୍ତୁ ବାହାର ଗ୍ରାହକ ସେଠାରେ ବସି ଖାଇପାରିବେ ନାହିଁ। ରେଷ୍ଟୁରାଣ୍ଟରୁ ହୋମ୍‌ ଡେଲିଭରି କିମ୍ବା ଖାଦ୍ୟ ପାର୍ସଲ ନିଆଯାଇପାରିବ। ରାସ୍ତା କଡରେ ଥିବା ଢାବା ମଧ୍ୟ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.