Below header

ଆଗକୁ ଆସିପାରେ ୪ର୍ଥ ଲହର୍‌: ସତର୍କ ରହିବାକୁ ପରାମର୍ଶ,ଭାଇରସ ଶେଷ ନ ହେବାର କାରଣ ଉପରେ ରିସର୍ଚ୍ଚ କରାଯିବ

ବର୍ତ୍ତମାନ ଦେଶରେ କିଛି ମାତ୍ରାରେ କମିବାରେ ଲାଗିଛି କୋଭିଡ୍ ଭାଇରସର ସଂକ୍ରମଣ। ଏହା ପରେ ବି ଏହି ଭାଇରସର ଶେଷ କେବେ ହେବ ଏହାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଛି।

ଏମିତିକି ପୂର୍ବରୁ ଏକ ପ୍ରେସ ମିଟିଂରେ ‘ହୁ’ କହିଛି ଓମିକ୍ରନ୍ ଅପେକ୍ଷା ଅଧିକ ବିପଜ୍ଜନକ ହେବ ଆଗକୁ ଆସିବାକୁ ଥିବା କୋଭିଡ୍ ଭାରିଏଣ୍ଟ। ବର୍ତ୍ତମାନ ସାରା ବିଶ୍ୱରେ କରୋନା ସଂକ୍ରମଣ କିଛି ମାତ୍ରାରେ କମିବାକୁ ଲାଗିଥିବା ବେଳେ ଆଇଆଇଟି-କାନପୁର ବୈଜ୍ଞାନିକମାନେ ଏକ ଚିନ୍ତା ଜନକ ତଥ୍ୟ ଦେଇଛନ୍ତି।

ସେମାନେ ସମସ୍ତଙ୍କୁ ସତର୍କ କରାଇ କହିଛନ୍ତି ଯେ ଆଗମୀ ଜୁନ ମାସ ପାଇଁ ସମସ୍ତେ ସତର୍କତା ଅବଲମ୍ବନ କରିବା ଦରକାର। କାରଣ ଆଗାମୀ ଜୁନ୍‌ ମାସ ମଧ୍ୟ ଭାଗରୁ ଶେଷ ଭାଗ ସୁଦ୍ଧା ଭାରତରେ କୋଭିଡ୍ ସଂକ୍ରମଣର ୪ର୍ଥ ଲହର୍‌ ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ସେମାନେ କହିଛନ୍ତି। ସେଥିପାଇଁ ସମସ୍ତଙ୍କୁ ପ୍ରାୟ ସତର୍କ ରହିବାକୁ ପଡ଼ିବ ଓ କୋଭିଡ୍ ଗାଇଡଲାଇନ ମଧ୍ୟ ମାନିବାକୁ ପଡ଼ିବ।ଏହି ୪ ମାସ ଧରି ଦ୍ରୁତ ବେ‌ଗରେ ସଂକ୍ରମଣ ବୃଦ୍ଧି ପାଇବ ‌ବୋଲି ‘ଆଇଆଇଟି-କାନପୁର’ର ବୈଜ୍ଞାନିକମାନେ କହିଛନ୍ତି।

କିନ୍ତୁ ଏହି ସଂକ୍ରମଣର ଭୟାବହତା ଭୂତାଣୁର ‘ଭେରିଏଣ୍ଟ୍‌’ ଏବଂ ଦେଶରେ ଟିକାକରଣର ସ୍ଥିତି ଉପରେ ନିର୍ଭର କରିବ। ଅର୍ଥାତ୍ ଟିକାକରଣ ଯଦି ଠିକ୍ ଭାବେ ହୋଇଥିବ ଓ ଲୋକ ସତର୍କ ରହିବେ ତେବେ କୋଭିଡ୍ ଅଧିକ ବ୍ୟାପିବ ନାହିଁ।

ସୂଚନା ଅନୁଯାୟୀ ‘ଆଇଆଇଟି-କାନପୁର’ର ଗଣିତ ବିଭାଗର ଶବରପ୍ରସାଦ ରାଜେସଭାଇ,ଶଲଭ ଓ ଶୁଭ୍ରାଶଙ୍କର ଧରଙ୍କ ଅଧୀନରେ ଏହି ରିସର୍ଚ୍ଚ କରାଯାଇଥିଲା। ତେବେ ଏହାକୁ ନେଇ “ହୁ” କୌଣସି ତଥ୍ୟ ଦେଇନାହିଁ । ଏହି ଭାଇରସ ଶେଷ ନ ହେବାର କାରଣ ଉପରେ ରିସର୍ଚ୍ଚ କରାଯିବ ବୋଲି ହୁ ର ଗତ ମିଟିଂରେ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.