ମଙ୍ଗଳ ଗ୍ରହ କାରଣରୁ ଦୁନିଆରେ ଖେଳିଯିବ ଯୁଦ୍ଧର ତାଣ୍ଡବ ! ଜାଣନ୍ତୁ ଆଗକୁ କଣ ସବୁ ହେବ ?

ବର୍ତ୍ତମାନ ଜାରି ରହିଥିବା ଋଷ ଓ ୟୁକ୍ରେନ ଭିତରେ ଯୁଦ୍ଧକୁ ନେଇ ମଙ୍ଗଳ ଗ୍ରହ କାରଣ ବୋଲି କୁହାଯାଉଛି । ଜୋତିଷ ମାନ୍ୟତା ଅନୁଯାୟୀ ମଙ୍ଗଳ ଗ୍ରହ ୟୁଦ୍ଧର ଗ୍ରହ ଅଟେ । ମଙ୍ଗଳକୁ ପରାକ୍ରମର ଗ୍ରହ କୁହାଯାଏ । କୁହାଯାଏ ଯେତେବେଳେ ମଙ୍ଗଳ ଶନି ଗ୍ରହରେ ଗୋଚରରେ ରହନ୍ତି ସେତେବେଳେ ଯୁଦ୍ଧର ପରିସ୍ଥିତି ଉପୁଜିଥାଏ । ତେବେ ଜାଣିବା ମଙ୍ଗଳ କେବେ ସମସ୍ୟା ଆଣିବ ।

ପ୍ରତିଥର ମଙ୍ଗଳ ବିଭିନ୍ନ ଗ୍ରହରେ ଗୋଚରରେ ରୁହନ୍ତି କିନ୍ତୁ ଏହା ମାନାଯାଏ କି ମଙ୍ଗଳ ଯେତେବେଳେ ନିଜ ଶତ୍ରୁ ଗ୍ରହରେ ଗୋଚରରେ ରହେ ତେବେ ପରିସ୍ଥିତି ଅସମ୍ଭାଳ ହୋଇଥାଏ । ଶନି, ଶୁକ୍ର ଓ ରାହୁ ମଙ୍ଗଳର ଶତ୍ରୁ ଗ୍ରହ ଅଟେ । ମଙ୍ଗଳ ଯେତେବେଳେ ଖରାପ ଚାଲେ ତେବେ ମରିବା ପରି ମନେ ହୁଏ । ଅର୍ଥାତ ମଙ୍ଗଳ ରାଶିରେ ଖରାପ ଥିଲେ ଓ ଏପରି ହୋଇଥିଲେ ଜୀବନ ନଷ୍ଟ ହେଲା ଭଳି ଲାଗେ । କିନ୍ତୁ ମଙ୍ଗଳ ଯେବେ ଭଲ ଥାନ୍ତି ତେବେ ସବୁକିଛି ବହୁତ ହି ଭଲ ଚାଲେ ।

ଆଗକୁ ମଙ୍ଗଳ ଗ୍ରହ ଧନୁରୁ ବାହାରି ମକରରେ ଗୋଚରେ ରହିବେ । ମକର ରାଶି ମଙ୍ଗଳର ଉଚ୍ଚ ରାଶି ଅଟେ । ମଙ୍ଗଳ ଗ୍ରହ ମକର ରାଶିରୁ ବାହାରି ଏପ୍ରିଲ ମାସରେ କୁମ୍ଭରେ ଗୋଚରରେ ରହିବେ । ୨୬ଫେବୃଆରୀରେ ମଙ୍ଗଳ ଧନୁ ରାଶିରୁ ବାହାରି ମକର ରାଶିକୁ ଗୋଚରରେ ଯିବେ । ମକର ରାଶିରେ ମଙ୍ଗଳ ୭ଏପ୍ରିଲ ୨୦୨୨ ଯାଏଁ ରହିବେ । କିନ୍ତୁ ଏଠି ପ୍ରଥମରୁ ହିଁ ଶନି ରହିଛନ୍ତି । ଶନି ଓ ମଙ୍ଗଳଙ୍କ ଯୋଡି ହିଁ ଯୁଦ୍ଧର ଆରମ୍ଭ ତେଣୁ ଏ ଯୁଦ୍ଧ ଆହୁରି ଚାଲିବ ।

୨୭ ଓ ୨୮ଫେବୃଆରୀ ମକର ରାଶିରେ ପାଞ୍ଚ ଗ୍ରହ ଏକା ସହ ଆସିବାର ମଧ୍ୟ ଯୋଗ ରହିଛି । ଯେମିତିକି ସୂର୍ଯ୍ୟଗ୍ରହଣର ୧୨ଘଣ୍ଟା ପୂର୍ବରୁ ହିଁ ଖରାପ ସମୟ ରହିଥାଏ । ସେହିଭଲି ମଙ୍ଗଳର ମକର ରାଶିରେ ପଶିବାର ଆରମ୍ଭରୁ ହିଁ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥାଏ । କେତେକ ଜାଗାରେ ଯୁଦ୍ଧ ଆରମ୍ଭ ହୋଇୟାଏ । କାରଣ ଶନି ରାଶିରେ ମକର ଓ କୁମ୍ଭରେ ମଙ୍ଗଳ ଶକ୍ତିଶାଳୀ ଭାବେ ଥାନ୍ତି । ଶନିଙ୍କର ମଙ୍ଗଳ ସହ ଶତ୍ରୁତା ମଧ୍ୟ ରହିଛି ।

୧୭ମେ ୨୦୨୨ପର୍ଯ୍ୟନ୍ତ ଦୁନିଆରେ ରାଜନୈତିକ ଅସ୍ଥିରତା ରହିବ । ରାଜନିତୀରେ ପରିବର୍ତ୍ତନ ଆସିବ । ମଙ୍ଗଳ ସହ ସମ୍ବନ୍ଧିତ ସବୁକିଛି ସମସ୍ୟା ଉପୁଜିବ ତା ସହ ଲୋକେ ମଧ୍ୟ ଚିନ୍ତାରେ ରହିବେ । ଜଙ୍ଗଲରେ ନିଆଁ ମଧ୍ୟ ଲାଗିବାର ସମ୍ଭାବନା ରହିଛି । ମଙ୍ଗଳରେ ଶନିଙ୍କ ସଙ୍ଗ ଦୁନିଆରେ ତୃତୀୟ ବିଶ୍ୱଯୁଦ୍ଧର ପ୍ରସ୍ତୁତି ବି ଆଣିପାରେ । କିନ୍ତୁ ଭଲ ଖବର ଏହା ରହିବ କି ମଙ୍ଗଳଙ୍କ ପ୍ରଭାବରେ ମହାମରୀର ପ୍ରଭାବ ପାଖାପାଖି ସମାପ୍ତ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.