କମେଡି କିଙ୍ଗ ରୁ ରାଷ୍ଟ୍ରପତି ଭୋଲୋଦିମିର ଜେଲେଂସ୍କି

ବର୍ତ୍ତମାନ ରୁଷିଆ ଓ ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନି। ଅନେକ ଦେଶ ଏହି ଦୁଇ ଦେଶକୁ ଯୁଦ୍ଧ ବନ୍ଦ କରିବା ପାଇଁ କହିଲା ପରେ ମଧ୍ୟ ୟୁକ୍ରେନ ପଛଘୁଞ୍ଚା ଦେଉନାହିଁ। ଋଷ ଠାରୁ କମ୍ ଅସ୍ତ୍ର ଥିବା ଦେଶ ହେଉଛି ୟୁକ୍ରେନ। ଏହା ପରେ ବି ପଛଘୁଞ୍ଚା ଦେଇନାହିଁ ୟୁକ୍ରେନ। ଏମିତିକି ଶକ୍ତିଶାଳୀ ରୁଷିଆ ପାଖରେ ପାଖରେ ମଧ୍ୟ ନିଜକୁ ଆତ୍ମ ସମର୍ପଣ କଲାନାହିଁ। କମ୍ ସୈନ୍ୟବଳ ଥାଇ ମଧ୍ୟ ଦେଶ ପାଇଁ ଲଢ଼ିବାକୁ ସେନାଙ୍କୁ ପରାମର୍ଶ ଦେଉଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେଂସ୍କି। ତେବେ ଏଥିରୁ ଆପଣ ଜାଣିପାରିଥିବେ ନିଜ ଉପରେ ତାଙ୍କର କେତେ ଆତ୍ମ ବିଶ୍ଵାସ ରହିଛି।
ଯିଏ ଦିନେ ଟିଭି ପରଦାରେ ରିଲ୍ ଲାଇଫରେ ୟୁକ୍ରେନ ପ୍ରେସିଡେଣ୍ଟ ଭାବେ ଅଭିନୟ କରୁଥିଲେ ସେ ଆଜି ସତରେ ହୋଇଯାଇଛନ୍ତି ୟୁକ୍ରେନର ରାଷ୍ଟ୍ରପତି। ହୁଏତ ଏହି କଥା ଅନେକ ଜାଣିନଥିବେ। ଅଭିନୟ କରୁ କରୁ ହୋଇଗଲେ ରାଷ୍ଟ୍ରପତି । ତାଙ୍କ ଜୀବନ କାହାଣୀ ମଧ୍ୟ ଖୁବ୍ ଇଣ୍ଟ୍ରେଷ୍ଟିଂଗ।
ଆଜି ତାଙ୍କର ସେହି ସାହାସ ପାଇଁ ସେ ହୋଇପାରିଛନ୍ତି ନିଜ ଦେଶର ଜଣେ ଲୋକପ୍ରିୟ ରାଷ୍ଟ୍ରପତି। ତେବେ ଆସନ୍ତୁ କେମିତି ଜଣେ କମେଡି ଅଭିନେତାରୁ ଜେଲେଂସ୍କି ହୋଇଥିଲେ ୟୁକ୍ରେନ ରାଷ୍ଟ୍ରପତି।
ଜେଲେଂସ୍କି ପ୍ରାୟ ୪ ବର୍ଷ ହେବ ୟୁକ୍ରେନ ର ଲୋକପ୍ରିୟ ରାଷ୍ଟ୍ରପତି ଅଛନ୍ତି। ତାଙ୍କ ଜନ୍ମ ୟୁକ୍ରେନର କ୍ରିଭିରିହ୍ ଠାରେ ୧୯୭୮ ମସିହା ଜାନୁଆରୀ ୨୫ ରେ ହୋଇଥିଲା। ଯେତେବେଳେ ୟୁକ୍ରେନ ଥିଲା ସୋଭିଏତ ଋଷ ଅଧୀନରେ। ସେଥିପାଇଁ ତାଙ୍କୁ ଜଣେ ଋଷିଆନ ସ୍ପିକର ମଧ୍ୟ କୁହାଯାଏ। ସେ ଋଷ ଭାଷା କହିପାରନ୍ତି। ସେ କ୍ରିଭିରିହ୍ ଷ୍ଟେଟ୍ ୟୁନିଭରସିଟିରେ ଇନ୍ଫର୍ମେଶନ ଓ ଟେକ୍ନୋଲଜିରେ ଡ଼ିଗ୍ରୀ ହାସଲ କରିଛନ୍ତି। ଏମିତିକି ସେ ଆଇନ୍ ପାଠ ମଧ୍ୟ ପଢ଼ିଛନ୍ତି। ତାଙ୍କ ବାପା ଜଣେ ପ୍ରଫେସର୍ ଓ ମା’ ଜଣେ ଇଞ୍ଜିନୟର। ଜେଲେଂସ୍କିଙ୍କ ଜେଜେ ଥିଲେ ଜଣେ ଆର୍ମି ଅଫିସର। ନିଜ ବାପାଙ୍କ ଠାରୁ ଜେଜେଙ୍କ ବିଷୟରେ ଶୁଣି ସେ ସବୁବେଳେ ନିଜ ଦେଶ ପାଇଁ କିଛି କରିବାକୁ ଚାହୁଁଥିଲେ।
ସେ ନିଜର ପାଠ ପଢା ପାଇଁ ଅନେକ ଜାଗାକୁ ଯାଇଛନ୍ତି। ମାତ୍ର ୧୬ ବର୍ଷ ବୟସରେ ସେ ଫାରେନ୍ ଲାଙ୍ଗୁଏଜ୍ ଡିଗ୍ରୀ ହାସଲ କରିଥିଲେ। ଏମିତି ସେ ଇସ୍ରାଏଲ ଯିବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ କିନ୍ତୁ ତାଙ୍କୁ ତାଙ୍କ ବାପା ଯିବା ପାଇଁ ଦେଇନଥିଲେ।
ପରେ ସେ ଆଇନ୍ ପାଠ ପଢ଼ିଥିଲେ କିନ୍ତୁ ଏହି ଫିଲ୍ଡରେ ସେ କେବେ କାମ କରିନାହାନ୍ତି।
ତାଙ୍କ ଅଭିନୟ ଜୀବନ ଆରମ୍ଭ ହୋଇଥିଲା ମାତ୍ର ୧୭ ବର୍ଷ ବୟସରେ। ସେ ପ୍ରଥମେ କମେଡି କମ୍ପିଟିସନରେ ଭାଗ ନେଇଥିଲେ। ସିଲେକ୍ଟ ହେବା ପରେ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ ହୋଇଗଲା। ସେବେଠୁ ସେ ଆଉ ପଛଘୁଞ୍ଚା ଦେଇନଥିଲେ। ଏମିତିକି ସେ ଜଣେ ନିର୍ଦ୍ଦେଶକ ମଧ୍ୟ ହୋଇଗଲେ। ଅଭିନୟ କରିବା ଛଡ଼ା ସେ କମେଡି କରନ୍ତି । ଏହା ଛଡ଼ା ନିଜେ ଭଏସ୍ ମଧ୍ୟ ଦିଅନ୍ତି। ସେ ସର୍ବପ୍ରଥମେ ଲିଡ୍ ରୋଲ୍ ପାଇଥିଲେ ଫିଲ୍ମ ‘ ଲଭ୍ ଇନ୍ ଦ ବିଗ୍ ସିଟି’ରେ ।
ଅନେକ ରୋମାଣ୍ଟିକ ଫିଲ୍ମ୍ ଓ ୱେବ୍ ସିରିଜ୍ କରିଛନ୍ତି ଜେଲେଂସ୍କି। ଜାହାପାଇଁ ତାଙ୍କୁ କଣ୍ଟ୍ରଭର୍ସିର ସାମ୍ନା ମଧ୍ୟ କରିବାକୁ ପଡିଛି। ତେବେ ୨୦୧୫ ମସିହାରେ ଟିଭି ସିରିଜ ‘Servant of the People’ ରେ ତାଙ୍କୁ ୟୁକ୍ରେନ ର ରାଷ୍ଟ୍ରପତି ଭୂମିକାରେ ଦେଖିବାକୁ ମିଳିଥିଲା। ଯେଉଁଥିରେ ତାଙ୍କୁ ଜଣେ ହାଇ ସ୍କୁଲ୍ ହିଷ୍ଟ୍ରି ଟିଚର୍ ଭାବେ ମଧ୍ୟ ଦେଖିବାକୁ ମିଳିଥିଲା, ଯିଏକି ୟୁକ୍ରେନର କରପ୍ସନ ପାଇଁ ସରକାର ସହ ଲଢି ଇଲେକ୍ସନରେ ଜିତି ଥିଲେ।
ଏହି ସିରିଜ୍ ପାଇଁ ତାଙ୍କର ପ୍ରଶଂସକ ବଢ଼ିଗଲା ଓ ଏହା ତାଙ୍କୁ ଦେଇଥିଲା ଭିନ୍ନ ଏକ ପରିଚୟ। କିନ୍ତୁ ଏହା ସରକାରଙ୍କ ବିରୁଦ୍ଧରେ ଥିବାରୁ ଏହାକୁ ୨୦୧୫ ରେ ବ୍ୟାନ କରାଯାଇଥିଲା ପରେ ୨୦୧୯ ମସିହାରେ ଅନବ୍ୟାନ୍ କରାଗଲା। ସେ ଅନେକ ଷ୍ଟେଜ ଶୋ ମଧ୍ୟ କରିଛନ୍ତି, ତେବେ ତାଙ୍କୁ ଜଣେ ସଫଳ କଳାକାର ମଧ୍ୟ କୁହାଯାଏ।
ଏହାପରେ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ ୨୦୧୮ ଓ ନିଜ ପଲିଟିକାଲ ପାର୍ଟିର ନାଁ ନିଜ ଅଭିନୀତ ସିରିଜର ନାମ ‘Servant of the People’ ରଖିଥିଲେ। ପରେ ସେ ୨୦୧୯ ମସିହା ମେ ୨୦ ରେ ୟୁକ୍ରେନର ଷଷ୍ଠତମ ରାଷ୍ଟ୍ରପତି ହୋଇଗଲେ। ତେବେ ଇଲେକ୍ସନ ପୂର୍ବରୁ ସେ କହିଥିଲେ ମୁଁ କେବଳ ଜଣେ ଭଲ ଶାସକ ହେବାକୁ ଚାହେଁ। ଯିଏ ନିଜ ଦେଶର ଲୋକଙ୍କୁ କୌଣସି ଅସୁବିଧାର ସାମ୍ନା କରିବାକୁ ଦେବା ନାହିଁ। ସେ ରାଷ୍ଟ୍ରପତି ହେବା ପରେ ବଦଳି ଯାଇଥିଲା ୟୁକ୍ରେନବାସୀଙ୍କ ଜୀବନ। ସବୁବେଳେ ନିଜ ଦେଶ ପାଇଁ ଚିନ୍ତା କରିଥିବା ରାଷ୍ଟ୍ରପତି ଜେଲେଂସ୍କି ହେଉଛନ୍ତି ଆଧୁନିକ ଯୁଗର ପ୍ରଥମ ରାଷ୍ଟ୍ରପତି ଯିଏ ଆଜି ମଧ୍ୟ ନିଜେ ସେନାଙ୍କ ସହ ମିଶି ଋଷ ସହ ଯୁଦ୍ଧ କରୁଛନ୍ତି। ଏମିତିକି କୌଣସି ଦେଶର ବିନା ସାହାଯ୍ୟରେ ଦେଶର ଜନତାଙ୍କୁ ଭରଷା ଦେଇ ଦେଶ ପାଇଁ ଲଢୁଛନ୍ତି ଭୋଲିଦିମିର୍ ଜେଲେଂସ୍କି ।