ଦେହଜୀବୀଙ୍କ ତାଲିକା ଦେବା ପାଇଁ ରାଜ୍ୟ ସରକାରମାନଙ୍କୁ ସୁପ୍ରିମକୋର୍ଟ ଦେଲେ ନିର୍ଦେଶ, ଜାଣନ୍ତୁ କାହଁକି

ନୂଆଦିଲ୍ଲୀ : ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ଦେହଜୀବୀମାନଙ୍କ ତାଲିକା ଦେବା ପାଇଁ ନିର୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ | ଅଧିକାଂଶ ଦେହଜୀବୀଙ୍କ ପରିଚୟପତ୍ର ନଥିବାରୁ ସେମାନେ ରାସନ ପାଇବାରୁ ବଂଚିତ ହେଉଛନ୍ତି | ଜଷ୍ଟିସ ଏଲ ନାଗେଶ୍ୱର ରାଓ ଙ୍କ ଖଣ୍ଡପୀଠ କହିଛନ୍ତି ଯେ ରାଜ୍ୟମାନେ ଦେଇଥିବା ତାଲିକା ତ୍ରୁଟିପୂର୍ଣ୍ଣ | ତେଣୁ ସେମାନେ ରାଷ୍ଟ୍ରୀୟ ଏଡ୍ସ ନିୟନ୍ତ୍ରଣ ସଂଗଠନ (ନାକୋ ) ଉପରେ ଭରସା ନକରି ଅନ୍ୟାନ୍ୟ ସଂଗଠନର ପରାମର୍ଶ ନେବା ଉଚିତ |

କୋର୍ଟ କହିଛନ୍ତି ଯେ ରାସନ କାର୍ଡ ଓ (ନାକୋ ) ଦ୍ୱାରା ଚିହ୍ନଟ ହୋଇଥିବା ସେକ୍ସ ୱାର୍କରଙ୍କ ଭୋଟର କାର୍ଡ ପାଇଁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | କୋର୍ଟ ଆହୁରି କହିଛନ୍ତି ଯେ ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ସ୍ଟାଟସ ରିପୋର୍ଟ ଦେଖିବା ପରେ ଆଉ ଅଲଗା ରାଜ୍ୟର ଦେଖିବା ଆଵଶ୍ୟକତା ନାହିଁ | ତେଣୁ ଆମେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ସରକାରଙ୍କୁ ସେକ୍ସ ୱାର୍କରଙ୍କ ପରିଚୟ ପ୍ରକ୍ରିୟା ଜାରି ରଖିବାକୁ ନିର୍ଦେଶ ଦେଇଛୁ | ଯେଉଁମାନେ ସୁଖା ଖାଦ୍ୟ ପାଇବାରୁ ବଂଚିତ ହେଉଛନ୍ତି ଓ ନିଜର ପରିଚୟପତ୍ର ନାହିଁ ସରକାର ଏଥିପ୍ରତି ଦୃଷ୍ଟି ଦେବେ ବୋଲି କୋର୍ଟ କହିଛନ୍ତି |

ଅନ୍ୟ ରାଜ୍ୟର ସେକ୍ସ ୱାର୍କର ତାଲିକା ଦେଖିଲେ ପଶ୍ଚିମବଙ୍ଗ ସରକାର ଦେଇଥିବା 6227 ସେକ୍ସ ୱାର୍କର ତାଲିକା ଠିକ ନୁହେ | ତେଣୁ ସରକାର ପୁଣି ଥରେ ସେମାନଙ୍କର ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରନ୍ତୁ | ଅନ୍ୟ ପରିଚୟ ପତ୍ର ଆଧାରକୁ ଜୋର ନଦେଇ ସେକ୍ସ ୱାର୍କରଙ୍କୁ ରାସନ ଦେବା ଜାରି ରଖନ୍ତୁ ବୋଲି କୋର୍ଟ କହିଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.