ଭାରତୀୟ କ୍ରିକେଟ ଟିମ ବସରୁ ଗୁଳି ଜବତ, ସୁରକ୍ଷା ଢିଲା

ଶ୍ରୀଲଙ୍କାଠାରୁ ଟିଟେ୍ଵଣ୍ଟି ସିରିଜ ଜିତିବା ପରେ ଭାରତୀୟ ଟିମ ଟେଷ୍ଟ ସିରିଜରେ ମଧ୍ୟ ସେହିଭଳି ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । କିନ୍ତୁ ଏହାରି ଭିତରେ ଏକ ଏଭଳି ଖବର ଆସି ପହଞ୍ଚିଛି ଯାହାକୁ ଶୁଣିଲେ ଫ୍ୟାନ୍ସ କାଫି ଆଶ୍ଚର୍ଯ୍ୟ ହୋଇଯିବେ । ଟିମ ଇଣ୍ଡିଆ ସବୁବେଳେ ସୁରକ୍ଷା ବଳୟରେ ରହିଥାଏ କିନ୍ତୁ ଏଥର ସେହି ସୁରକ୍ଷା ଢିଲା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଟିମ ଇଣ୍ଡିଆ ଯେଉଁ ବସରେ ଯାଉଥିଲେ ସେହି ବସରୁ ବନ୍ଧୁକ ଓ ଗୁଳି ଜବତ ହୋଇଥିବା ଖବର ଆସିଛି ।

କହିରଖୁଛୁ ଭାରତୀୟ ଟିମର ରହିବା ବ୍ୟବସ୍ଥା ଚଣ୍ଡିଗଡ ସ୍ଥିତ ଏକ ହୋଟେଲରେ ହୋଇଥିଲା । ଖବର ଅନୁଯାୟୀ ଟିମକୁ ହୋଟେଲରୁ ଷ୍ଟାଡିୟମ ପର୍ଯ୍ୟନ୍ତ ଅଭ୍ୟାସ ପାଇଁ ନିଆଯାଇଥିଲା । କୁହାଯାଉଛି ଯେତେବେଳେ ବସରେ ଚେକିଙ୍ଗ କରାଯାଇଥିଲା ସେତେବେଲେ ୨ଟି ଗୁଳି ସହ ବନ୍ଧୁକ ଜବତ ହୋଇଥିଲା ।

ଖବର ସୂତ୍ରରୁ ପ୍ରକାଶ, ଭାରତୀୟ ଟିମ ଯିବା ପାଇଁ ରଖାଯାଇଥିବା ବସ ହେଉଛି ତାରା ବ୍ରଦର୍ସର । ଯାହା ଆଇଟି ପାର୍କ ସ୍ଥିତ ହୋଟେଲରେ ଛିଡା ହୋଇଥିଲା । ଏଥିରୁ ଗୁଳି ଗୋଳା ଜବତ ହୋଇଥିବା ନେଇ ସୂଚନା ମିଳିଥିଲେ ବି ବିସିସିଆଇ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.