Below header

ସାବାସ ! ସରପଞ୍ଚ ହେବ ତ ଏମିତି, ଏ ଝଡ଼ ବର୍ଷାରେ ବି ନିଜେ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ନେଇ ବାଣ୍ଟିଲେ ରନ୍ଧା ଖାଦ୍ୟ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲାରେ କୋଭିଡ୍ ପଜିଟିଭଙ୍କ ସଂଖ୍ୟା ଶହେ ଟପି ସାରିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପଟେ କରୋନା ସାଙ୍ଗକୁ ବାତ୍ୟା ଅମ୍ଫାନ୍‌ର ପ୍ରଭାବ। ଆଜି ସକାଳୁ ବର୍ଷା ସାଙ୍ଗକୁ ତୁହାକୁ ତୁହା ପବନ ଜନଜୀଵନକୁ ଅସ୍ତବ୍ୟସ୍ତ କରି ପକେଇଥିଲା। ଏଭଳି ସମୟରେ କେହି ପଦାକୁ ବାହାରିବାକୁ ସାହସ ଯୁଟାଉନଥିବା ବେଳେ ଏସବୁକୁ ଖାତିର ନକରି ନିଜ ପଞ୍ଚାୟତର ବିଭିନ୍ନ କ୍ୱାରେଣ୍ଟଇନ ସେଣ୍ଟରରେ ରହିଥିବା ପ୍ରବାସୀ ଓଡ଼ିଆ ଭାଇମାନଙ୍କୁ ଖାଦ୍ୟ ଯୋଗାଇଛନ୍ତି ସରପଞ୍ଚ।

JAJPUR-1ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ରାଧାଦେଇପୁର ପଞ୍ଚାୟତର ସରପଞ୍ଚ ଆଶିଷ ରଂଜନ ଚୌଧୁରୀ। ନିଜ ପଞ୍ଚାୟତରେ ସଂଗରୋଧରେ ରହିଥିବା ଓଡ଼ିଆ ଭାଇମାନଙ୍କ ପାଇଁ ସେ ନିଜ ବାଇକରେ ଜଣେ ସହଯୋଗୀଙ୍କୁ ଧରି ବର୍ଷାରେ ଭିଜି ଭିଜି ଆସିଥିଲେ । ଆଉ ମଧ୍ୟାହ୍ନ ଭୋଜନ ପାଇଁ ରନ୍ଧାଖାଦ୍ୟ ପ୍ରଦାନ କରିଥିଲେ ।

ନିକଟରେ ନିଜ ପଞ୍ଚାୟତକୁ ନିଜେ ବିଶୋଧନୀକରଣ କରିବା ସହ ପ୍ରବାସୀ ଓଡ଼ିଆଙ୍କ ପାଇଁ କ୍ୱାରେଣ୍ଟାଇନ୍ କେନ୍ଦ୍ରକୁ ସୁନ୍ଦର ଭାବରେ ପ୍ରସ୍ତୁତ କରିଥିଲେ । ଏ ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲା । କରୋନା ପ୍ରତିରୋଧ ପାଇଁ ତୃଣମୂଳସ୍ତରରେ ସରପଞ୍ଚମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କହିବା ସହ ତାଙ୍କର ଏହି ଉଲ୍ଲେଖନୀୟ କାର‌୍ୟ୍ୟ ପାଇଁ ଟ୍ୱିଟ ଯୋଗେ ପ୍ରଶଂସା କରିଥିଲେ ନବୀନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.