ଏହି ବ୍ଯାଙ୍କ ଦେଉଛି ସରକାରୀ ଚାକିରିର ସୁଯୋଗ, ଖାଲି ରହିଛି ୭୦୦ରୁ ଅଧିକ ପଦବୀ

ଓଡିଶା ଷ୍ଟେଟ କର୍ପୋରେଟ ବ୍ଯାଙ୍କ(OSCB) ପକ୍ଷରୁ ବ୍ଯାଙ୍କିଂ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ମ୍ଯାନେଜର ଏବଂ ସିଷ୍ଯମ ମ୍ଯାନେଜର ପଦବୀରେ ନିଯୁକ୍ତି ପାଇଁ ବିଜ୍ୟପ୍ତି ପ୍ରକାଶ ପାଇଛି। ଯୋଗ୍ଯ ଆବେଦନକାରୀ ଏହି ପଦବୀରେ ଆବେଦନ କରିବା ପାଇଁ ଆସନ୍ତା ୩୧ ମେ ପୂର୍ବରୁ ଆବେଦନ କରିପାରିବେ। ସୂଚନା ମୁତାବକ ପୂର୍ବରୁ ଆବେଦନ କରିବା ତାରିଖ ଗତ ୧୦ ମେ ପର୍ଯ୍ଯନ୍ତ ଥିବା ବେଳେ ବର୍ତ୍ତମାନ ୩୧ ମେ ପର୍ଯ୍ଯନ୍ତ ବଢାଇଦିଆଯାଇଛି।

ପଦବୀ ନାମ ଏବଂ ପଦ ସଂଖ୍ଯା

job applyଆସଟୋଣ୍ଟ ମ୍ଯାନେଜର ଗ୍ରେଡ- ୨ – ୨୬୭

ବ୍ଯାଙ୍କିଂ ଆସିଷ୍ଟାଣ୍ଟ ଗ୍ରେଡ- ୨ – ୪୮୫

ସିଷ୍ଟମ ମ୍ଯାନେଜର – ୩୪

ଆବେଦନ ତାରିଖ

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ – ୨୦ ମାର୍ଚ୍ଚ ୨୦୨୦

ଆବେଦନ ପତ୍ର ଜମା କରବିାର ଶେଷ ତାରିଖ – ୩୧ ମେ ୨୦୨୦

ଶିକ୍ଷାଗତ ଯୋଗ୍ଯତା

odishaଏହି ପଦବୀରେ ନିଯୁକ୍ତି ପାଇଁ ଶିକ୍ଷାଗତ ଯୋଗ୍ଯତା ଅନୁସାରେ ଆବେଦନକାରୀଙ୍କର କମ୍ପ୍ଯୁଟରରେ ଜ୍ଞାନ ଥିବା ସହ ସ୍ନାତ୍ତକ ହୋଇଥିବା ଅନିବାର୍ଯ୍ଯ। ଆବେଦନକାରୀଙ୍କ ଶିକ୍ଷାଗତ ଯୋଗ୍ଯତା ପଦବୀ ଅନୁଯାୟୀ ଭିନ୍ନ ଭିନ୍ନ ନିର୍ଧାରିତ କରାଯାଇଛି।

ବୟସ ସୀମା

ଆବେଦନକାରୀଙ୍କ ନ୍ଯୁନତମ ବୟସ ସୀମା ୨୧ ବର୍ଷ ଏବଂ ଅଧିକତମ ବୟସ ସୀମା ୩୨ ବର୍ଷ ପଦ ଅନୁଯାୟୀ ନିର୍ଧାରିତ କରାଯାଇଛି।

ଆବେଦନ ପ୍ରକ୍ରିୟା

Bank-Jobsଏହି ପଦବୀରେ ଆବଦେନ କରିବା ପ୍ରକ୍ରିୟା ଆସନ୍ତା ୩୧ ମେ ୨୦୨୦ ପର୍ଯ୍ଯନ୍ତ ଜାରି ରହିବ। ଆବେଦନକାରୀ ଆବେଦନ କରିବା ପୂର୍ବରୁ ଜାରି କରାଯାଇଥିବା ସୂଚନାକୁ ପ୍ରଥମେ ଭଲଭାବ. ପଢନ୍ତୁ। ଏଥିସହ ଆବଦେନ କରିବା ସମୟରେ ଯେଭଳି କୌଣସି ତ୍ରୁଟି ନରହେ ସେଥିପ୍ରତି ଦୃଷ୍ଟି ରଖନ୍ତୁ।

ଚୟନ ପ୍ରକ୍ରିୟା

ଏହି ପଦବୀରେ ନିୟୁକ୍ତି ପାଇଁ ଆବେଦନକାରୀଙ୍କୁ ଲିଖିତ ଏବଂ ସାକ୍ଷାତକାର ମାଧ୍ଯମରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.