Below header

ବଢ଼ିଲା ଲକ୍‌ଡାଉନ୍ ଅବଧି, ମେ ୩୧ ଯାଏ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍ ଘୋଷଣା

ବଢ଼ିଲା ଲକ୍‌ଡାଉନ୍ ଅବଧି । କାଲିଠାରୁ ଲାଗୁ ହେବ ଲକ୍‌ଡାଉନ୍ ୪.୦ । ଆସନ୍ତା ମେ ୩୧ ତାରିଖ ପର‌୍ୟ୍ୟନ୍ତ ଏହା ସାରା ଦେଶରେ ବଳବତ୍ତର ରହିବ ବୋଲି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ (ndma) ପକ୍ଷରୁ କୁହାଯାଇଛି । ତେବେ ଏହି ସମୟରେ କଣ କଣ ସବୁ ଖୋଲା ରହିବ ଏବଂ ଲୋକେ କି ନିୟମ ପାଳନ କରିବେ ସେ ସମ୍ପର୍କରେ ଖୁବ୍ ଶୀଘ୍ର ସ୍ପଷ୍ଟ କରାଯିବ ।

ଗୃହ ବିଭାଗ ସଚିବ ଅଜୟ ଭଲ୍ଲା ଖୁବ୍ ଶୀଘ୍ର ଏ ନେଇ ନୂଆ ଗାଇଡ୍‌ଲାଇନ୍ ଘୋଷଣା କରିବେ । ଯାହା କାଲି ଠାରୁ ଲାଗୁ ହେବ । ତେବେ ପୂର୍ବରୁ ମହାରାଷ୍ଟ୍ର, ତେଲେଙ୍ଗାନା, ଏବଂ ପଞ୍ଜାବ ସେମାନଙ୍କ ରାଜ୍ୟରେ ମେ ୩୧ ଯାଏ ଲକଡାଉନ୍ ଘୋଷଣା କରି ସାରିଛନ୍ତି । ଅବଶ୍ୟ ଗତ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ କହିଥିଲେ ଯେ ଲକ୍‌ଡାଉନ୍ ୪.୦ ସମ୍ପୂର୍ଣ୍ଣ ଭାବେ ଭିନ୍ନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.