ମେ ୨୧ ଯାଏ ବିହାରରେ ଲକଡାଉନ୍‌ ଘୋଷଣା, ଟ୍ଵିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନିତିଶ କୁମାର

ବିହାର: ବିହାର ସମ୍ପୂର୍ଣ୍ଣ ଲକଡାଉନ୍‌ । ମେ ୨୧ ଯାଏ ବିହାରରେ ଲକଡାଉନ୍‌ ଘୋଷଣା କରିଛନ୍ତି ନିତିଶ ସରକାର। ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏନେଇ ଟ୍ଵିଟ କରି ସୂଚନା ଦେଇଛନ୍ତି।

ଗତକାଲି ସହଯୋଗୀ ମନ୍ତ୍ରୀଗଣ ଓ ପଦାଧିକାରୀଙ୍କ ସହ ଆଲୋଚନା ପରେ ରାଜ୍ୟରେ ମେ ୧୫ ଯାଏ ଲକଡାଉନ୍‌ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ନିତିଶ କୁମାର। ସୋମବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଲକଡାଉନ୍‌ ଲାଗୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.