ମାତ୍ର ୩୬୧୮ ଟଙ୍କା ଦେଇ ଘରକୁ ଆଣନ୍ତୁ ରେନଲ୍ଟର ଏହି କାର, ଜାଣନ୍ତୁ ପୂରା ପ୍ରୋସେସ୍‌

ଫ୍ରେଞ୍ଚ ବାହନ ନିର୍ମାତା କମ୍ପାନୀ ରେନଲ୍ଟ ନିଜର ସବୁଠାରୁ ଶସ୍ତା ଏଣ୍ଟ୍ରି ଲେବଲ୍ ହ୍ୟାଚବ୍ୟାକ କାର କ୍ୱିଡର ଦାମକୁ ନିକଟରେ ହିଁ ବୃଦ୍ଧି କରିଥିଲା। ଯାହାପରେ ଏହାର ଦାମ୍ ୩.୧୮ ଲକ୍ଷ ଟଙ୍କା ହୋଇଯାଇଛି। କମ୍ ଦାମରେ, ସ୍ପେଶାଲ ସ୍ପୋର୍ଟି ଲୁକ ଏବଂ ଉତ୍ତମ ମାଇଲେଜ୍ କାରଣରୁ ଲୋକମାନେ ଏହି କାରକୁ ଖୁବ୍ ପସନ୍ଦ କରିବା ସହିତ ଏହା ବହୁତ ପପୁଲାର ହୋଇଗଲାଣି। ତେବେ ଏବେ କିନ୍ତୁ କମ୍ପାନୀ ଏହି କାର ଉପରେ ଜବରଦସ୍ତ ଫାଇନାନ୍ସର ସୁଯୋଗ ଦେଉଛି।

କମ୍ପାନୀର ୱେବସାଇଟରେ ଦିଆଯାଇଥିବା ଇଏମଆଇ କାଲକୁଲେଟ୍ ଅନୁସାରେ ଆପଣ ଏହି କାରକୁ ମାତ୍ର ୩,୬୧୮ ଟଙ୍କା ଦେଇ ଘରକୁ ଆଣିପାରିବେ। ତାହେଲେ ଯଦି ଆପଣ ବି କାର କିଣିବାକୁ ଭାବୁଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ।

କମ୍ପାନୀ ନିଜ ଅଫିସିଆଲ ୱେବସାଇଟରେ ଦେଇଥିବା ସୂଚନା ଅନୁଯାୟୀ ଯଦି ଆପଣ ଏହି କାରକୁ ଫାଇନାନ୍ସ କରାଇବାକୁ ଭାବୁଛନ୍ତି ତାହେଲେ କମ୍ପାନୀ ଆପଣଙ୍କ ପାଇଁ ୱେବସାଇଟରେ ଇଏମଆଇ କାଲକୁଲେଟ ଦେଉଛି। ଏହି ହିସାବରେ ଯଦି ଆପଣ ୧ ଲକ୍ଷ ଟଙ୍କାର ଡାଉନ ପେମେଣ୍ଟ କରୁଛନ୍ତି ଏବଂ ବାକି ୨.୧୮ ଲକ୍ଷ ଟଙ୍କାର ଲୋନ ଫାଇନାନ୍ସ କରୁଛନ୍ତି ତାହେଲେ ଏହି ରାଶି ୮୪ ମାସ ପାଇଁ ଲୋନ୍ ଆକାରରେ ରହିବ। ଆଉ ଆପଣଙ୍କୁ ପ୍ରତି ମାସ ୩,୬୧୮ ଟଙ୍କା ମାସିକ କିସ୍ତି ଦେବାକୁ ପଡିବ। ଏଥିରେ ଗାଡିର ରେଜିଷ୍ଟ୍ରେସନ, ଇନସୁରାନ୍ସ, ଆକ୍ସେସରିଜ ଏବଂ ପେମେଣ୍ଟ ପ୍ରୋସେସ୍ ଭଳି ସର୍ଭିସ୍ ସାମିଲ ରହିବନାହିଁ। କମ୍ପାନୀ ନିଜ କଷ୍ଟମର୍ସ ପାଇଁ ଜବ୍ ଲସ୍ କଭର ସହିତ ଇଏମଆଇ ପ୍ରୋଟେକସନ୍ ପ୍ଲାନ ଭଳି ସୁବିଧା ମଧ୍ୟ ଦେଉଛି।

କାରର ସ୍ପେସିଫିକେସନ୍‌

କମ୍ପାନୀ ଏହି କାରକୁ ଦୁଇଟି ଅଲଗା ପେଟ୍ରୋଲ ଇଞ୍ଜିନ୍ ସହିତ ମାର୍କେଟରେ ପ୍ରବେଶ କରାଇଛି। ପ୍ରଥମ ଭେରିୟଣ୍ଟରେ କମ୍ପାନୀ ୦.୮ ଲିଟର କ୍ଷମତାର ପେଟ୍ରୋଲ ଇଞ୍ଜିନ ଦେଇଛି। ଯାହା 54hp ପାଓ୍ଵାର ଏବଂ 72Nmର ଟର୍କ ଜେନେରେଟ କରିଥାଏ। ଦ୍ୱିତୀୟ ଭେରିୟଣ୍ଟରେ କମ୍ପାନୀ ୧.୦ ଲିଟର କ୍ଷମତାର ଇଞ୍ଜିନ ପ୍ରୟୋଗ କରିଛି ଯାହା 72Nm ପାଓ୍ଵାର ଏବଂ 91Nm ଟର୍କ ଜେନେରେଟ୍ କରିଥାଏ। କମ୍ପାନୀ ଅନୁଯାୟୀ ଏହି କାର ୨୫ କି.ମି ପ୍ରତି ଲିଟର ମାଇଲେଜ୍ ଦେଇଥାଏ।

ଫିଚର୍ସ

କମ୍ପାନୀ ଏହି କାରରେ ୭ ଇଞ୍ଚ ଟଚସ୍କ୍ରୀନ ଇନଫୋଟେନମେଣ୍ଟ, ରିଭର୍ସ ପାର୍କିଙ୍ଗ କ୍ୟାମେରା, ରିୟର ସିଟ୍ ଆର୍ମରେଷ୍ଟ, ଡିଜିଟାଲ ସ୍ପିଡିମିଟର, ମାନୁଆଲ ଏସି, ରିୟର ଏବଂ ଫ୍ରଣ୍ଟ ଉଭୟ ପାସେଞ୍ଜର ପାଇଁ ୧୨ ଭୋଲ୍ଟର ପାଓ୍ଵାର ସର୍କିଟ, ପାଓ୍ଵାର ଷ୍ଟିୟରିଙ୍ଗ ଭଳି ଫିଚର ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.