ଓଡ଼ିଶାରେ ନାହିଁ ବାତ୍ୟା ଆଶଙ୍କା, IMD ସମେତ ବିଶିଷ୍ଟ ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ

ଭୁବନେଶ୍ବର: ଓଡ଼ିଶାରେ ବାତ୍ୟା ଆଶଙ୍କା ନାହିଁ । IMD ସମେତ ବିଶିଷ୍ଟ ପାଣିପାଗ ବିଜ୍ଞାନୀମାନେ ଏଭଳି ପୂର୍ବାନୁମାନ କରିଛନ୍ତି । ବିଦେଶୀ ପାଣିପାଗ ସଂସ୍ଥାର ପୂର୍ବାନୁମାନକୁ ନେଇ ଗତ କିଛି ଦିନ ହେବ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା । ହେଲେ ବାତ୍ୟାର କୌଣସି ଭୟ ନାହିଁ ବୋଲି କହିଛି ଆଇଏମଡି ।

ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ୍‌ ମଡେଲ ପୂର୍ବାନୁମାନ କରିଥିଲା ଯେ, ଆସନ୍ତା ୧୩ ତାରିଖ ବେଳକୁ ଓଡ଼ିଶା କିମ୍ବା ପଶ୍ଚିମବଙ୍ଗ ଉପକୂଳ ଆଡକୁ ବାତ୍ୟା ଆସିପାରେ । ମାତ୍ର ଭାରତର ସମସ୍ତ ପାଣିପାଗ ସଂସ୍ଥା ଓ ବିଶେଷଜ୍ଞମାନେ ଏଭଳି ଆକଳନକୁ ଖଣ୍ଡନ କରିଛନ୍ତି । ଆସନ୍ତା ୭/୮ ତାରିଖ ବେଳକୁ ଆଣ୍ଡାମାନ ପାଖରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ।

ଏହା ବିଶେଷ ଘନୀଭୁତ ହେବନି । ଯଦି ବି ହୁଏ, ତେବେ ଅତି ବେଶରେ ୧୦ ତାରିଖ ବେଳକୁ ଅବପାତ ରୂପ ନେଇପାରେ । ଏହା ମିଆଁମାର ଆଡକୁ ଗତି କରିବ । ୪ ଦିନ ପାରଦ ଅପରିବର୍ତ୍ତିତ ରହିବ । ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ କାଳବୈଶାଖୀ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.