ଆସିବାକୁ ଯାଉଛି ନୂଆ Apple Watch, ମିଳିବ ବ୍ଲଡ ପ୍ରେସର ଏବଂ ଆଲକହଲ ଲେବଲ ଚେକ୍ କରିବା ଭଳି ଜବରଦସ୍ତ ଫିଚର୍ସ

ଆପଲ୍ ସ୍ମାର୍ଟୱାଚ ଅନେକ ଲୋକଙ୍କ ବେଶ୍ ପସନ୍ଦ। ଏଥିପାଇଁ ଆପଲ ଅଧିକ ଫିଚର ଥିବା ନୂଆ ଆପଲ୍ ସ୍ମାର୍ଟ ଲଞ୍ଚ କରିଛି। ଏହି ମଡେଲରେ ଫିଚର ସମ୍ପୂର୍ଣ୍ଣ ନୂଆ ରହିବ। ଏଥିରେ ବ୍ଲଡ ଅକ୍ସିଜେନ ମନିଟର ଏବଂ ଇସିଜି ଫିଚର ରହିଛି। ଆଗାମୀ ସମୟରେ ଆସିବାକୁ ଥିବା ଏହି ଆପଲ ୱାଚରେ ଅନେକ ପ୍ରକାର ଫିଚର ମିଳିବ। ଯେଉଁଥିରେ ୟୁଜର୍ସଙ୍କୁ ବ୍ଲଡ ସୁଗାର, ବ୍ଲଡ ପ୍ରେସର, ଗ୍ଲୁକୋଜ, ଆଲକହଲ ଲେବଲ ଟେଷ୍ଟ କରିବା ଭଳି ଫିଚର ମିଳିପାରେ। ଏହିଥିବା ଆମେରିକାର ପେଟେଣ୍ଟ ଏବଂ ଟ୍ରେଡ ମାର୍କ ଅଫିସରେ ଆପଲ ଏପଂ ପେଟେଣ୍ଟ ପାଇଁ ଆବେଦନ କରିଛି।

ଏହି ପେଟେଣ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ଆପଲ୍ ବ୍ଲଡ ସୁଗାର ପଢ଼ିବା ଉପରେ କାମ କରିପାରେ। ଯାହାଦ୍ୱାରା ବଜାରକୁ ଆସିବାକୁ ଥିବା ଆପଲ୍ ୱାଚର ଫିଚରରେ ଗ୍ଲୁକୋଜର ସ୍ତରକୁ ରିଡିଂ କରିବାର କ୍ଷମତା ରହିଛି । ନିକଟରେ ବ୍ରିଟେନର ସ୍ୱାସ୍ଥ୍ୟ ବୈଷୟିକ ସଂସ୍ଥା ରକଲି ଫୋଟନିକ୍ସ ସ୍ପଷ୍ଟ କରିଛି ଯେ, ଗତ ଦୁଇ ବର୍ଷ ଧରି ଆପଲ୍ କମ୍ପାନୀ ସହିତ ଜଡିତ ଅଛି। ଏହି କମ୍ପାନୀ ମୁଖ୍ୟତ ରକ୍ତ ଗ୍ଲୁକୋଜ ସ୍ତରର ଟ୍ରାକିଂ କରିଥାଏ।

ମିଡିଆ ରିପୋର୍ଟ ଅନୁଯାୟୀ, ଆପଲ୍ ଏହି ଟେକ୍ନୋଲୋଜିରେ କାମ କରୁଛି ଏବଂ ଏହାକୁ ନିଜ ଡିଭାଇସକୁ ଆଣିପାରେ, ଯାହା Apple Watchରେ ଆସିବାର ସମ୍ଭାବନା ଅଧିକ। ଆପଲ୍ ପୂର୍ବରୁ ମଧ୍ୟ ନିଜ କମ୍ପାନୀର ଘଣ୍ଟାରେ ହୃଦସ୍ପନ୍ଦନ ମନିଟର ଏବଂ SpO2 ମନିଟର ପ୍ରଦାନ କରିସାରିଛି।
ପୂର୍ବରୁ ଆପଲ ୱାଚ ସିରିଜ ୬ରେ ଫିଟନେସ ଟ୍ରାକିଂ, ଇସିଜି, ବ୍ଲଡ ଅକ୍ସିଜେନ ଲେବଊ, ୱାର୍କଆଉଟ ଟ୍ରେନିଂ ଭଳି ଫିଚର ରହିଛି। ଯାହାର ଦାମ ୪୦,୯୦୦ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.