Below header

ନାବାଳକ ଚାଳକ ଯୋଗୁ ଘଟିଲା ଦୁର୍ଘଟଣା: ବାଂଲାଦେଶରେ ପଦମା ନଦୀରେ ମାଲବାହୀ ଡଙ୍ଗା ସହ ପିଟି ହେଲା ଯାତ୍ରୀବାହୀ ସ୍ପୀଡ ବୋଟ, ୨୭ ଜଣଙ୍କ ମୃତ୍ୟୁ

ବାଂଲାଦେଶରେ ପଦମା ନଦୀରେ ଯାତ୍ରୀବାହୀ ଏକ ସ୍ପୀଡ ବୋଟ ମାଲବାହୀ ଡଙ୍ଗା ସହ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ମହିଳାଙ୍କ ସମେତ ୨୭ଜଣଙ୍କ ମୃତ୍ୟୁ ଘଟିଛି। ପୋଲିସ ସୂଚନା ଅନୁସାରେ, ଏହି ଦୁର୍ଘଟଣା କନ୍ଥଲବାରୀ ଟର୍ମିନାଲରେ ହୋଇଛି। ଏହି ସ୍ଥାନ ମଦାରୀପୁରରୁ ୮ କିମି ଦୂର। ଦୁର୍ଘଟଣାସ୍ଥଳରୁ ସମସ୍ତ ମୃତଦେହକୁ ଉଦ୍ଧାର କରାଯାଇଥିବା ବେଳେ ୫ ଜଣଙ୍କ ଜୀବନ ବଞ୍ଚାଯାଇଛି। ତେବେ ଆଉ କିଛି ଲୋକ ନିଖୋଜ ଥିବା ସୂଚନା ରହିଛି।

କୁହାଯାଉଛି କି, ଏହି ଦୁର୍ଘଟଣାର କାରଣ ସ୍ପୀଡ ବୋଟର ଚାଳକ। ସେ ନାବାଳକ ଥିବା ସାଙ୍ଗକୁ ଅଭିଜ୍ଞତା ନ ଥିଲା। ପୋଲିସ ଏହି ମାମଲାର ଯାଞ୍ଚ କରୁଛି ଏବଂ ନିଖୋଜ ଲୋକଙ୍କ ଖୋଜାଖୋଜି ଜାରି ରଖିଛି।

ବାଂଲାଦେଶରେ ନଦୀଗୁଡ଼ିକରେ ହେଉଥିବା ଦୁର୍ଘଟଣା ସାଧାରଣ କଥା। ଦେଶରେ ଶତାଧିକ ନଦୀ ପ୍ରବାହିତ ହେଉଛି, ଯାହା ଉପରେ ନିର୍ଭର କରି ଲୋକେ ଯିବାଆସିବା କରିଥାନ୍ତି। ତେବେ ବିଶେଷଜ୍ଞଙ୍କ କହିବା ହେଲା, ଶିପୟାର୍ଡରେ ସୁରକ୍ଷା ମାନକ, ଅଧିକ ଭିଡ଼ ଏବଂ ଖରାପ ରକ୍ଷଣାବେକ୍ଷଣ ଯୋଗୁ ଅଧିକରୁ ଅଧିକ ଦୁର୍ଘଟଣା ଘଟୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.