ମଦ୍ଯପଙ୍କ ପକେଟ ଉପରେ ମହଙ୍ଗା ମାଡ଼, ୟୁପିରେ ୧୦-୪୦ ଟଙ୍କା ବଢିଲା ମଦ ଦାମ୍

ଆଜିଠାରୁ ଉତ୍ତର ପ୍ରଦେଶରେ ମହଙ୍ଗା ହେଲା ମଦ। କରୋନା କାଳରେ ରାଜସ୍ଵ ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଅବକାରୀ ନୀତି ୨୦୨୧-୨୨ରେ ସଂଶୋଧନ କରାଯାଇ ନିୟମିତ ବର୍ଗର ମଦ ଉପରେ ପ୍ରତି ୯୦ ମିଲିରେ ୧୦ ଟଙ୍କା ବୃଦ୍ଧି କରାଯାଇଛି। ସେହିପରି ପ୍ରିମିୟମ ବର୍ଗର ମଦ ଉପରେ ପ୍ରତି ୯୦ ମିଲିରେ ୧୦ ଟଙ୍କା, ସୁପର ପ୍ରିମିୟମରେ ପ୍ରତି ୯୦ ମିଲିରେ ୨୦ ଟଙ୍କା, ସ୍କଚ ଉପରେ ପ୍ରତି ୯୦ ମିଲିରେ ୩୦ ଟଙ୍କା, ବିଦେଶୀ ମଦ ଉପରେ ପ୍ରତି ୯୦ ମିଲିରେ ୪୦ ଟଙ୍କା ଅତିରିକ୍ତ ଶୁକ୍ଳ ଲାଗୁ କରାଯାଇଛି।

ଏହା ପୂର୍ବରୁ ୧ ଏପ୍ରିଲରୁ ନୂଆ ଅବକାରୀ ସେସନରେ ମଧ୍ୟ ଆରମ୍ଭ ହୋଇଥିଲା। ଯେଉଁଥିରେ ୧୫ରୁ ୨୦ ପ୍ରତିଶତ ମହଙ୍ଗା ହୋଇଥିଲା ମଦ। କିନ୍ତୁ ବିଅରରେ ୧୦ରୁ ୨୦ ଟଙ୍କା କମ୍ ଖର୍ଚ୍ଚ ଆସିଥିଲା। ଯେଉଁଥିରେ ମଦ ଦାମ ବଢିଥିଲା। ଏବେ ନୂଆ ଅବକାରୀ ସେସନରେ ୟୁପି ସରକାର ୧ ଏପ୍ରିଲରୁ ଅନ୍ଯ ଦେଶରୁ ଆସୁଥିବା ସ୍କଚ, ୱାଇନ, ହ୍ବିସ୍କି, ଭୋଡକା ସମେତ ସମସ୍ତ ମଦର ପରମିଟ୍ ଫିସକୁ ବଢାଇଦେଇଛନ୍ତି।

ସାରା ଦେଶରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ। ବର୍ଦ୍ଧିତ ସଂକ୍ରମଣ ସାରା ଦେଶର ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ପକାଇଛି। ଲକଡାଉନ ଓ ସଟଡାଉନ ଭଳି କଟକଣା ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଛି। ଏବଳି ସ୍ଥିତିରେ ଉତ୍ତରପ୍ରଦେଶ ସରକାର ମଦରୁ ରାଜସ୍ଵ ଆଦାୟ କରିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.