ବାହାରେ ତାଲା, ଭିତରେ ପାଠପଢ଼ା: ବରଗଡ଼ କେନାଲ ରୋଡରେ ଥିବା ଓମ୍‌ ଗୁରୁକୁଳ ସ୍କୁଲ୍ ସିଲ୍

ଭୁବନେଶ୍ବର: କରୋନା ନିୟମର ଖୋଲା ଉଲ୍ଲଂଘନ । ବାହାରେ ତାଲା, ଭିତରେ ଚାଲିଥିଲା ପାଠପଢ଼ା । ରାଜଧାନୀରେ କୋଭିଡ ନିୟମକୁ ଆଖି ଠାର । ନିୟମକୁ ଖାତିର ନ କରି ସ୍କୁଲରେ ଚାଲିଥିଲା ପାଠପଢ଼ା । ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ଚାଲିଛି ପାଠପଢ଼ା ।

ବରଗଡ଼ କେନାଲ ରୋଡରେ ଥିବା ଓମ୍‌ ଗୁରୁକୁଳ ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ବିଏମସି ଖବର ପାଇ ଚଢ଼ାଉ କରିଥିଲା । ୨୫ରୁ ଅଧିକ ପିଲାଙ୍କୁ ପାଠ ପଢ଼ା ଯାଉଥିଲା । ଖାଦ୍ୟପେୟ ସହ ଏକାଠି ରହିବାର ବ୍ୟବସ୍ଥା କରାଯାଇଥିଲା । କୋଭିଡ ସମୟରେ ସମସ୍ତ ପ୍ରକାର ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ଉପରେ ୧୦ ହଜାର ଟଙ୍କା ଜରିମାନା କରିଛି ବିଏମସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.