ମଦ ଦୋକାନ ବନ୍ଦ ଦାବିରେ ତାତିଲେ ମହିଳା, ରାସ୍ତାକୁ ଓହ୍ଲାଇ କଲେ ବିରୋଧ

ଯାଜପୁର: ମଦ ଦୋକାନ ବନ୍ଦ ଦାବିରେ ତାତିଲେ ମହିଳା। ଯାଜପୁର ଜିଲ୍ଲା ଜାରକାଠାରେ ସରକାରୀ ଦେଶୀ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ମହିଳା ତୀବ୍ର ବିରୋଧ କରିଛନ୍ତି। ଦୁବଗାଡିଆ ମୈାଜାରେ ସରକାରଙ୍କ ପକ୍ଷରୁ ଏକ ଦେଶୀ ମଦ ଦୋକାନ ଖୋଲାଯିବା ନେଇ ପ୍ରସ୍ତାବ ରହିଛି । ଏଥିପାଇଁ ସ୍ଥାନ ନିରୂପଣ ହୋଇସାରିଛି । ଏହାକୁ ବିରୋଧ କରି ଶତାଧିକ ମହିଳା ରାସ୍ତାକୁ ଓହ୍ଲାଇଛନ୍ତି।

ଏଠାରେ ମଦ ଦୋକାନ ହେଲେ ଲୋକଙ୍କ ଉପରେ କୁପ୍ରଭାବ ପଡିବ ବୋଲି କହିଛନ୍ତି ମହିଳା। ଏପରିକି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବ ବୋଲି ଅଭିଯୋଗ କରାଛନ୍ତି। ପ୍ରସ୍ତାବିତ ସ୍ଥାନକୁ ମାପଚୁପ କରିବା ପାଇଁ ଯାଇଥିବା ଅବକାରୀ ବିଭାଗ ଅଧିକାରୀ ଓ ରାଜ ନିରୀକ୍ଷକଙ୍କୁ ମହିଳାମାନେ ତୀବ୍ର ବିରୋଧ କରିଥିଲେ । ତୁରନ୍ତ ମଦ ଦୋକାନ ବନ୍ଦ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.