ରାଜ୍ୟରେ ୧ଲକ୍ଷ ଟପିଲା ଆକ୍ଟିଭ୍‌ କେସ୍‌: ଆଜି ପୁଣି ୧୦ ହଜାର ୬୪୯ ପଜିଟିଭ୍‌ ଚିହ୍ନଟ, ୧୯ ମୃତ

ଭୁବନେଶ୍ବର: ରାଜ୍ୟରେ ୧ଲକ୍ଷ ଟପିଲା ଆକ୍‌ଟିଭ୍‌ କେସ୍‌। ଓଡ଼ିଶାରେ ଆଜି ପୁଣି ୧୦ ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ । କିନ୍ତୁ ଗତକାଲି ଅପେକ୍ଷା ସାମାନ୍ୟ କମିଛି । ଆଜି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୦ହଜାର ୬୪୯ ପଜିଟିଭ୍‌ । ଗତକାଲି ଏହି ସଂଖ୍ୟା ଥିଲା୧୦ ହଜାର ୯୮୨ । ୨୬ଟି ଜିଲ୍ଲା ରେଡ୍‌ ଜୋନ୍‌ରେ ଥିବାବେଳେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ରେ ସ୍ଥିତି ଉଦ୍‌ବେଗଜନକ ରହିଛି।

ଖୋର୍ଦ୍ଧାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୫ଶହରୁ ତଳକୁ ଖସୁନି । ଆଜି ଜିଲ୍ଲାରୁ ୧୫ଶହ ୫୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଦୈନିକ ସଂକ୍ରମଣ ମାମଲାରେ ସୁନ୍ଦରଗଡ଼କୁ ଟପିଛି କଟକ। ସୁନ୍ଦରଗଡ଼ରୁ ୭୭୪, କଟକରୁ ୯୩୦, ଅନୁଗୋଳରୁ ୫୫୭, ବାଲେଶ୍ୱରରୁ ୫୦୩ ଓ ସମ୍ବଲପୁର ଜିଲ୍ଲାରୁ ୪୯୪ ନୂଆ ଆକ୍ରାନ୍ତ ବାହାରିଛନ୍ତି ।

୧୩ଟି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ତିନି ଶହ ଉପରେ ରହିଛି । ଟପ୍‌ ପାଞ୍ଚଟି ଜିଲ୍ଲା ଖୋର୍ଦ୍ଧା, ସୁନ୍ଦରଗଡ଼, କଟକ, ଅନୁଗୋଳ ଓ ବାଲେଶ୍ୱର ଜିଲ୍ଲାରୁ ଆଜି କେବଳ ୪ହଜାର ୩୨୧ ଆକ୍ରାନ୍ତ ବାହାରିଛନ୍ତି । ଯାହାକି ମୋଟ୍‌ ଆକ୍ରାନ୍ତଙ୍କ ୪୦.୫୭ ପ୍ରତିଶତ । କେବଳ ଖୋର୍ଦ୍ଧା ଜିଲ୍ଲାରୁ ୧୪ ପ୍ରତିଶତ ପଜିଟିଭ୍‌ ବାହାରିଛନ୍ତି । ରାଜ୍ୟରେ ଆଉ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗତକାଲି ରାଜ୍ୟରେ ୪୯ହଜାରରୁ ଅଧିକ କୋଭିଡ୍‌ ଟେଷ୍ଟ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.