ଅକ୍ସିଜେନ୍ ସପ୍ଲାଏ ମାମଲାର ଶୁଣାଣି କରୁଥିବା ଜଷ୍ଟିସ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ଼ଙ୍କୁ କରୋନା

ସୁପ୍ରିମକୋର୍ଟରେ ଅକ୍ସିଜେନ୍ ସପ୍ଲାଏ ମାମଲାର ଶୁଣାଣି କରୁଥିବା ପୀଠର ଅଧ୍ୟକ୍ଷ ଜଷ୍ଟିସ ଧନଞ୍ଜୟ ୱାଇ ଚନ୍ଦ୍ରଚୂଡ଼ଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ କୋର୍ଟ ମାଷ୍ଟର ଓ ଅନ୍ୟ ଷ୍ଟାଫଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ଆଶଙ୍କା କରାଯାଉଛି ଯେ ସେମାନଙ୍କ ଜରିଆରେ ହିଁ ଚନ୍ଦ୍ରଚୂଡ଼ ସଂକ୍ରମିତ ହୋଇଛନ୍ତି।

ରିପୋର୍ଟ ମୁତାବକ, ଏକାଧିକ ମାଷ୍ଟର ଓ ଷ୍ଟାଫଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ଚନ୍ଦ୍ରଚୂଡ଼ ମଧ୍ୟ ନିଜ ଟେଷ୍ଟ କରାଇଥିଲେ। ମାତ୍ର ରିପୋର୍ଟ ଆସିବା ପରେ ସେ ପଜିଟିଭ ଥିବା ଜଣାପଡ଼ିଛି। ଜଷ୍ଟିସ ଚନ୍ଦ୍ରଚୂଡ଼ କରୋନା ଟିକାର ପ୍ରଥମ ଡୋଜ୍ ମଧ୍ୟ ନେଇଥିଲେ। ବର୍ତ୍ତମାନ ସେ ଘରେ ଆଇସୋଲେସନରେ ଥିବା ଜଣାଯାଇଛି।

ଅନ୍ୟପଟେ ଜଷ୍ଟିସ ଚନ୍ଦ୍ରଚୂଡ଼ ସଂକ୍ରମିତ ହେବା ପରେ ଆଜି ଅକ୍ସିଜେନ୍ ମାମଲାର ଶୁଣାଣି ହୋଇପାରିବ ନାହିଁ। ରିପୋର୍ଟ ମୁତାବକ, ଏବେ କୋର୍ଟର ୪ ଜଣ ଜଜ୍ କରୋନା ସଂକ୍ରମିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.