ରାଜ୍ୟରେ କୋଭିଡ୍‌ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ କୋଭିଡ୍‌ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଆଗାମୀ ୧୫ ଦିନ ଓଡ଼ିଶା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଧର୍ମେନ୍ଦ୍ର କହିଛନ୍ତି। ରାଜ୍ୟରେ ଗାଁ ଓ ୱାର୍ଡ ସ୍ତରରେ କୋଭିଡ୍‌ ମୁକାବିଲା ପାଇଁ ସମସ୍ତ ରାଜନୈତିକ ଦଳର ନେତା ମାନଙ୍କୁ ନେଇ କରୋନା ସମିତି ବା କୋଭିଡ୍‌ କ୍ରାଇସିସ୍‌ ମ୍ୟାନେଜମେଣ୍ଟ କମିଟି) ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାରେ କିପରି ଟିକା ଉପଲବ୍ଧ ହୋଇପାରିବ ସେନେଇ ମୁଖ୍ୟମନ୍ତ୍ରୀ ଅବଗତ କରାଇଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରାଜ୍ୟକୁ କିପରି ଅଧିକ ଟିକା, ରେମଡେସିଭିର ଔଷଧ ଓ ଟେଷ୍ଟିଂ କିଟ୍‌ ଅଧିକରୁ ଅଧିକ ଯୋଗାଯାଇ ପାରିବ ସେନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ କଥା ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି। ମିଳିତ ସହଯୋଗ ଓ ସମନ୍ଵୟ ବଳରେ ରାଜ୍ୟ ଦେଶ ଏହି ମହାମାରୀ ବିରୋଧ ଲଢେଇରେ ବିଜୟୀ ହୋଇପାରିବ। ଏକାଠି ହୋଇ ଆମେ ଜିତିପାରିବା ବୋଲି ଧର୍ମେନ୍ଦ୍ର ପ୍ରଧାନ ଟ୍ଵିଟ୍‌ କରି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.