ଆଇସିଏମ୍‌ଆର୍‌ କଥାକୁ କାଟିଲେ ବୈଜ୍ଞାନିକ, କହିଲେ ଅଗଷ୍ଟ ୧୫ ରେ କୋଭିଡ୍‌ ଟୀକା ବ୍ୟବହାର ସମ୍ଭବ ନୁହେଁ

ହାଇଦ୍ରାବାଦ : ଗୋଟିଏ ନୂଆ ଟୀକା ବିକଶିତ କରିବାକୁ ହେଲେ ଅତି କମ୍‌ରେ ୨ରୁ ଅଢ଼େଇ ବର୍ଷ ସମୟ ଲାଗିଥାଏ । ତେବେ ଯେତେ ଶୀଘ୍ରତାରେ କରାଗଲା ମଧ୍ୟ ଏକ ନୂତନ ଟୀକା ବିକଶିତ ପାଇଁ ୮ ମାସ ରୁ ବର୍ଷେ ସମୟ ଲାଗିଥାଏ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ।

ତେଣୁ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ କରୋନା ଟୀକା ବ୍ୟବହାର ସମ୍ଭବ ନୁହେଁ ବୋଲି ଆଇସିଏମ୍‌ଆର୍‌ ଦାବିକୁ ବୈଜ୍ଞାନିକମାନେ ଖଣ୍ଡନ କରିଛନ୍ତି । ଫଳରେ କରୋନା ଟୀକାକୁ ନେଇ ଆଇସିଏମ୍‌ଆର୍‌ ଓ ବୈଜ୍ଞାନିକଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ।

କାରଣ ଟୀକାର କ୍ଲିନିକାଲ ଟ୍ରାଏଲ୍‌ ପ୍ରୋସେସ୍‌ ପାଇଁ ଡାଟା ଟେଷ୍ଟିଂ, ନିର୍ଦ୍ଦିଷ୍ଟତା ଓ ଫଳପ୍ରଦତା ଦେଖିବା ଅତ୍ୟନ୍ତ ଜରୁରୀ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ତେଣୁ ଭାରତ ବାୟୋଟେକ୍‌ ସହିତ ଆଇସିଏମ୍‌ଆର୍‌ ଓ ପୁନେ ସ୍ଥିତ ନେସ୍‌ନାଲ୍‌ ଭାଇରୋଲୋଜି ବିଭାଗ ସହାୟତାରେ ନିର୍ମିତ ବିବିବିଭି୧୫୨ କିମ୍ବା କୋଭାସ୍କିନ୍‌ ଟୀକା ଜୁଲାଇ ୭ରୁ କ୍ଲିନିକାଲ୍‌ ଟ ୍ରାଏଲ୍‌ ପ୍ରକ୍ରିୟା ଆରମ୍ଭ କରିଛି ।

corona vaccine-1

ତେଣୁ ଏହିସବୁ ପ୍ରକ୍ରିୟା ଦେଇ ଟୀକାକୁ ଯିବାକୁ ହେଲେ ଟୀକାର ବିକାଶ ପାଇଁ ସମୟ ସାପେକ୍ଷ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ତେଣୁ ଅଗଷ୍ଟ ୧୫ରେ ଟୀକାର ବ୍ୟବହାର ସମ୍ଭବ ନୁହେଁ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । କୈାଣସି ଟୀକା ‘ଫାଷ୍ଟ ଟ୍ରାକ୍‌ ମୋଡ୍‌’ ପଦ୍ଧତିରେ ବିକଶିତ କରାଗଲେ ମଧ୍ୟ ଟ୍ରାଏଲ୍‌ର କୈାଣସି ଷ୍ଟେପ୍ସକୁ ହ୍ରାସ କରିହେବ ନାହିଁ ।

ମନୁଷ୍ୟ ଉପରେ ଟୀକାର ବିରୋଧାତ୍ମକ ପ୍ରଭାବ, ପାର୍ଶ୍ୱ ପ୍ରତିକ୍ରିୟା ଓ ଆଣ୍ଟିବଡି ଷ୍ଟଡିର ପ୍ରତି ଷ୍ଟେପ୍ସରେ ଗବେଷଣା ହେବା ଜରୁରୀ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ତେଣୁ ଆଇସିଏମ୍‌ଆର୍‌ ଦ୍ୱାରା ସ୍ଥିରୀକୃତ ଏହି ସମସ୍ତ ପ୍ରକ୍ରିୟା ୩୮ ଦିନ ବ୍ୟବଧାନରେ ସମ୍ପୂର୍ଣ୍ଣ ହେବା ସମ୍ଭବ ନୁହେଁ ।

ତେଣୁ ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଟୀକାର ବ୍ୟବହାର ନେଇ ଆଇସିଏମ୍‌ଆର୍‌ ସମୟ ନିର୍ଘଣ୍ଟ ସମ୍ଭବ ନୁହେଁ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଯଦି ସବୁକିଛି ବହିରେ ଲେଖାଯାଇଥିବା ଥିଓରି ଅନୁଯାୟୀ କରାଯାଏ ତଥାପି ଟୀକା ବିକଶିତ କରିବାକୁ ୬ରୁ ୮ ମାସ ସମୟ ଲାଗିବ ବୋଲି ସେଣ୍ଟର ଫର ସେଲୁଲାର ଓ ମୋଲିକୁଲାର ବାୟୋଲୋଜିର ନିର୍ଦ୍ଦେଶକ ଡା.ରାକେଶ ମିଶ୍ର ପ୍ରକାଶ କରିଛନ୍ତି ।

covid vaccine-0

ଟୀକାର ବିପଦପୂର୍ଣ୍ଣ ଦିଗ ଓ ଫଳପ୍ରଦ ଦିଗ ଉପରେ ଆମକୁ ଅଧିକ ଧ୍ୟାନ ଦେବାକୁ ପଡିବ ବୋଲି ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କେମିକାଲ୍‌ ଟେକ୍‌ନୋଲୋଜିର ପୂର୍ବତନ ବୈଜ୍ଞାନିକ ଅହମ୍ମଦ କମଲ୍‌ ପ୍ରକାଶ କରିଛନ୍ତି । ସେଥିପାଇଁ ଟୀକା ପ୍ରସ୍ତୁତିରେ ଲମ୍ବା ପ୍ରୋସେସ୍‌ ଟୀକାକୁ କ୍ରସ୍‌ ଭେରିଫିକେସନ୍‌ କରିବାରେ ସମୟ ମିଳିଥାଏ ।

ଆମର ପ୍ରାଥମିକତା ଭାଇରସ୍‌କୁ ନଷ୍ଟ କରିବା ବେଳେ ଯେପରି ମାନବର ଅନ୍ୟ ଦିଗ ପ୍ରତି କ୍ଷତି ନ ପହଞ୍ଚାଏ ସେଥି ପ୍ରତି ଦୃଷ୍ଟି ଦେବାକୁ ହେବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ସେହି ଦୃଷ୍ଟିରୁ ଅଗଷ୍ଟ ୧୫ରେ ଆଇସିଏମ୍‌ଆର୍‌ ଟୀକା ବ୍ୟବହାର ନେଇ କରିଥିବା ଦାବିକୁ ବୈଜ୍ଞାନିକମାନେ ଖଣ୍ଡନ କରିଛନ୍ତି । ଏହାକୁ ନେଇ ଏବେ ବୈଜ୍ଞାନିକ ଓ ଆଇସିଏମ୍‌ଆର୍‌ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.