Below header

ଚିନ୍ତା ବଢାଉଛି ଭୁବନେଶ୍ୱର: ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା, ଗଞ୍ଜାମ ଓ କଟକରେ ଧିରେ ଧିରେ କମୁଛି ସଂକ୍ରମଣ

ଭୁବନେଶ୍ୱର: ଚିନ୍ତା ବଢାଉଛି ଭୁବନେଶ୍ୱର । ଗଞ୍ଜାମ ଓ କଟକରେ ଧିରେ ଧିରେ କମୁଥିବାବେଳେ ରାଜଧାନୀରେ ହୁ ହୁ ହୋଇ ବଢି ଚାଲିଛି ସଂକ୍ରମଣ । ସପ୍ତାହେ ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜୁଲାଇ ୨୨ ତାରିଖରେ ଭୁବନେଶ୍ୱରରେ ୯୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗତକାଲି ୨୧୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବସ୍ତିରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏବେ ଭୁବନେଶ୍ୱରରେ ମୋଟ ୨୩ ଶହ ୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୧୪୧ ଜଣ ସୁସ୍ଥ ହୋଇଥିବା ବେଳେ ଚିକିତ୍ସାଧୀନ ଅଛନ୍ତି ୧୨୦୯ ଆକ୍ରାନ୍ତ । ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି ।.

ପ୍ରତ୍ୟେକ ଦିନ ସର୍ବାଧିକ ପଜିଟିଭ୍‌ ଚିହ୍ନଟ ହେଉଥିବା ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଜୁଲାଇ ୨୨ରେ ଗଞ୍ଜାମରେ ୭୩୨ ଜଣ ସଂକ୍ରମିତ ବାହାରିଥିଲେ । ଗତକାଲି ସଂଖ୍ୟା ଥିଲା ୩୩୨ । ଡୋର୍‌ ଟୁ ଡୋର୍‌ ସର୍ଭେ ଆରମ୍ଭ ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ପ୍ରତିଶତ କମିଛି ।

bbsrସୋମବାର ୪୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ସଂଖ୍ୟା ଥିଲା ୩୩୨ । ବ୍ରହ୍ମପୁର ମହାନଗର ନିଗମରେ ଏହି ସଂଖ୍ୟା ୧୩୫ରୁ ୫୬କୁ ହ୍ରାସ ପାଇଛି । ସେହିପରି କଟକରେ ମଧ୍ୟ ସଂଖ୍ୟା କମୁଛି । ଜୁଲାଇ ୨୪ରେ ୯୩ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଜୁଲାଇ ୨୭ରେ ୬୫ ଓ ଗତକାଲି ୪୧ ଜଣ ସଂକ୍ରମିତ ହୋଇଥିଲେ । ସିଏମ୍‌ସିରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.