ଜାତିସଂଘ ଜଳବାୟୁ ଯୁବ ପରାମର୍ଶଦାତା ଟିମ୍‌ରେ ସ୍ଥାନ ପାଇଲେ ସୁନ୍ଦରଗଡର ଝିଅ ଅର୍ଚ୍ଚନା ସୋରେଙ୍ଗ, ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡର: ଓଡ଼ିଶା ପାଇଁ ଗୌରବ ଆଣିଲେ ସୁନ୍ଦରଗଡର ଅର୍ଚ୍ଚନା ସୋରେଙ୍ଗ । ଜାତିସଂଘ ଜଳବାୟୁ ଯୁବ ପରାମର୍ଶଦାତା ଟିମ୍‌ରେ ସ୍ଥାନ ପାଇଛନ୍ତି ଅର୍ଚ୍ଚନା । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ତାଙ୍କ ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ଵିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି । ଜଳବାୟୁ ସମ୍ପର୍କରେ କାମ କରୁଥିବା ଅର୍ଚ୍ଚନାଙ୍କ ଘର ରାଉରକେଲାରେ । ସେ ରାଜନୀତି ବିଜ୍ଞାନରେ ପାଟଣା ମହିଳା କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ମୁମ୍ବାଇ ଟିସ୍‌ରେ ଅଧ୍ୟୟନ କରୁଥିଲେ ।

CM TWEET ON ARCHANAଏହାସହ ସେ ଆଦିବାସୀ ଯୁବ ଚେତନା ମଞ୍ଚର ଆବାହିକା ସହ ଅଲ୍‌ ଇଣ୍ଡିଆ କ୍ୟାଥୋଲିକ୍‌ ୟୁନିଭର୍ସିଟି ଫେଡେରେସନର ପଦାଧିକାରୀ ଥିଲେ । ଏବେ ମୁମ୍ବାଇ ଟିସ୍‌ ଅଧୀନରେ ଜଙ୍ଗଲ ଅଧିକାର ସଂକ୍ରାନ୍ତ ରିସର୍ଚ୍ଚ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି । ଏନେଇ ଅର୍ଚ୍ଚନା କହିଛନ୍ତି ସମୟ ଆସିଛି, ଜଳବାୟୁ ସମ୍ପର୍କରେ ଆମେ ଯୁବପିଢ଼ି ବୈଶ୍ୱିକ ନେତୃତ୍ୱ ନେବୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.