Below header

ଅନ୍ଧାରୀ ମୁଲକର ହୀରା ଗଣନାଥ: ଗାଁର ପ୍ରଥମ ବ୍ୟକ୍ତି ଭାବେ ହାସଲ କଲେ ପିଏଚ୍‌ଡି

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର କାଦମାଲି ଗାଁରେ ଖୁସିର ଲହରୀ । ଏହି ଗାଁର ଗଣନାଥ ଖିଲ ମ୍ୟାନେଜମେଣ୍ଟ ବିଭାଗରେ ପିଏଚଡି କରି ଜିଲ୍ଲା ପାଇଁ ଆଣିଛନ୍ତି ଗର୍ବ ଓ ଗୌରବ । ପାହାଡ ଓ ବଣଜଙ୍ଗଲ ଘେରା ହେଉଛି ଏହି ଗାଁରେ ନକ୍ସଲଙ୍କ ରାଜୁତି ଚାଲିଥିଲା । ମାତ୍ର ଏଭଳି ଏକ ଅନ୍ଧାରୀ ମୁଲକ ଗାଁରୁ ଗଣନାଥ ପାଠ ପଢି ପିଏଚଡି ହାସଲ କରିଛନ୍ତି ।

gananathପିଲାଟି ବେଳୁ ଗଣନାଥ ପାଠରେ ନିଜର ପ୍ରତିଭା ଦେଖେଇ ଆସୁଥିଲେ । ବାପା ମଧୁ ଖିଲ ବୃତ୍ତିରେ ଜଣେ ଚାଷୀ । ଆର୍ଥିକ ସଂକଟ ସତ୍ତ୍ୱେ ପୁଅକୁ ପାଠ ପଢାଇ ଚାଲିଥିଲେ ମଧୁ ଖିଲ । ଗୋବିନ୍ଦପାଲି ହାଇସ୍କୁଲରୁ ମାଟ୍ରିକ ପାସ କରିବା ପରେ ମାଲକାନଗିରି କଲେଜରେ ସ୍ନାତକ ହାସଲ କରିଥିଲେ ଗଣନାଥ ।

gananathପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏମଫିଲ କରିଥିଲେ । ଏତିକିରେ ତାଙ୍କ ମନ ସନ୍ତୁଷ୍ଟ ହୋଇ ନଥିଲା । ପରେ ପଣ୍ଡିଚେରୀ ଯାଇ ସେଠାରେ ମ୍ୟାନେଜମେଣ୍ଟ ବିଭାଗରେ ପିଏଚଡି ହାସଲ କରିଛନ୍ତି । ଗଣନାଥଙ୍କ ଏହି ସଫଳତା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ଖୁସି ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.