Below header

ପ୍ରବାସୀ ଓଡ଼ିଆ ଫେରିବା ଚିନ୍ତା: କର୍ଣ୍ଣାଟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ନବୀନଙ୍କ ଆଲୋଚନା, ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ

ଭୁବନେଶ୍ବର: କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରୁ ଫେରିବେ ପ୍ରବାସୀ ଓଡ଼ିଆ । ଏନେଇ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କିରଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦିରୁପ୍ପାଙ୍କ ସହ ଭିଡ଼ିଓ କନ୍‌ଫରେନ୍ସିଂରେ ନବୀନ କଥା ହୋଇଥିଲେ । କର୍ଣ୍ଣାଟକରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ନେଇ ଆଲୋଚନା ହୋଇଛି । କର୍ଣ୍ଣାଟକରେ ଥିବା ଓଡ଼ିଆଙ୍କୁ କିଭଳି ଫେରାଇ ଅଣାଯିବ ସେ ନେଇ ଉଭୟ କଥାବାର୍ତ୍ତା କରିଛନ୍ତି । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

ପରେ ଆନ୍ଧ୍ରପ୍ରଦେଶ ମୁଖମନ୍ତ୍ରୀ ଜଗନ ମୋହନ ରେଡ୍ଡିଙ୍କ ସହ ଆଲୋଚନା କରିଛନ୍ତି ନବୀନ । ଦିନ ୧୧ଟା ୩୦ରେ ଭିଡ଼ିଓ କନ୍‌ଫରେନ୍ସିଂରେ ଉଭୟ କଥାବାର୍ତ୍ତା କରିଛନ୍ତି । ଆନ୍ଧ୍ରପ୍ରଦେଶରେ ଫସିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ଉପରେ ଆଲୋଚନା ହୋଇଛି । ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.