ଲକଡାଉନ ସମୟରେ RBI ରଦ୍ଦ କଲା ଏହି ବ୍ୟାଙ୍କର ଲାଇସେନ୍ସ, ଲକ୍ଷାଧିକ ଖାତାଧାରୀଙ୍କ ଟଙ୍କା ରହିଲା ଅଟକ

ଭାରତୀୟ ରିଜର୍ଭ ବ୍ୟାଙ୍କ ସିକେପି ସହକାରୀ ବ୍ୟାଙ୍କ (CKP Cooperative Bank Limited)ର ଗ୍ରାହକଙ୍କୁ ଝଟକା ଦେଇ ସେମାନଙ୍କର ଲାଇସେନ୍ସକୁ ରଦ୍ଦ କରିଦେଇଛି। ଯାହାଫଳରେ ବ୍ୟାଙ୍କର ପ୍ରାୟ ଲକ୍ଷ ଲକ୍ଷ ଖାତାଧାରୀଙ୍କ ଉପରେ ସଙ୍କଟ ମାଡିଆସିଛି। ବ୍ୟାଙ୍କର ୪୮୫ କୋଟିର FD ମଧ୍ୟ ଅଟକି ରହିଛି।

ଆରବିଆଇ ୨୦୧୪ ମସିହା ଠାରୁ ଲଗାତର ବ୍ୟାଙ୍କ ଉପରେ ପ୍ରତିବନ୍ଧର ଅବଧିକୁ ବଢ଼ାଇ ଚାଲିଛି। ଏହା ପୂର୍ବରୁ ୩୧ ମାର୍ଚ୍ଚର ଅବଧିକୁ ବଢ଼ାଇ ୩୧ ମେ ଜରାଯାଇଥିଲା। କିନ୍ତୁ ଏହାପୂର୍ବରୁ ହିଁ ଲାଇସେନ୍ସ ରଦ୍ଦ କରିଦିଆଯାଇଛି।

କାହିଁକି ରଦ୍ଦ ହେଲା ବ୍ୟାଙ୍କ ଲାଇସେନ୍ସ?

ସୂଚନା ଅନୁଯାୟୀ ସେକେପି ସହକାରୀ ବ୍ୟାଙ୍କର ନେଟୱର୍ଥର ହ୍ରାସ ଲାଇସେନ୍ସ ରଦ୍ଦର କାରଣ ସାଜିଛି। ଅପରେସନାଲ ମୁନାଫା ହେବା ସତ୍ତ୍ୱେ ମଧ୍ୟ ଲାଇସେନ୍ସକୁ ରଦ୍ଦ କରିଦେଇଛି ବ୍ୟାଙ୍କ।

money– ମୁମ୍ବାଇର ଦାଦରରେ CKP-Bankର ମୁଖ୍ୟାଳୟ ଅଟେ। ଏକ ରିପୋର୍ଟ ଅନୁଯାଇ ବ୍ୟାଙ୍କର ନେଟୱର୍ଥ ଲଗାତର ହ୍ରାସ ପାଇବା କାରଣରୁ ବ୍ୟାଙ୍କ ଲେଣ ଦେଣରେ ୨୦୧୪ ମସିହାରେ ପ୍ରତିବନ୍ଧ ଲଗା ଯାଇଥିଲା। ଏହାପରେ ଅନେକ ଥର ବ୍ୟାଙ୍କର ଷ୍ଟିତି ସୁଧାରିବାକୁ ଚେଷ୍ଟା କରାଗଲା।

– ଏଥିପାଇଁ ନିବେଶକ-ଜମାକାରୀମାନେ ମଧ୍ୟ ପ୍ରଯତ୍ନ କରିଥିଲେ। ସେମାନେ ସୁଧ ହାରରେ ମଧ୍ୟ ହ୍ରାସ କରିଥିଲେ। ସୁଧ ହାର ୨ ପ୍ରତିଶତ ପର୍ଯ୍ୟନ୍ତ ହୋଇଯାଇଥିଲା।

– କିଛି ଲୋକ ନିଜ ଏଫଡ଼ିକୁ ସେୟାରରେ ନିବେଶ କରିନେଇଥିଲେ ଏବଂ କିଛି ଦିନରେ ପରିଣାମ ମଧ୍ୟ ଦେଖାଯାଇଥିଲା।

– ବ୍ୟାଙ୍କ ଠିକଠାକ ଚାଲୁଥିଲା କିନ୍ତୁ ଏମିତିରେ ଆରବିଆଇ ସିକେପି ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରି ନିବେଶକଙ୍କୁ ବଡ ଝଟକା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.