ଆଜି ରାଜ୍ୟରେ ଦୁଇ ଲକ୍ଷ ଛୁଇଁପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଟେଷ୍ଟିଂରେ ସାରା ଦେଶରେ ଚତୁର୍ଥ ସ୍ଥାନରେ ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ଦୁଇ ଲକ୍ଷ ଛୁଇଁପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨ସପ୍ତାହ ଧରି ପ୍ରତିଦିନ ୪ହଜାରରୁ ଅଧିକ ନୂଆ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ରାଜ୍ୟରେ ଟେଷ୍ଟିଂ ବଢୁଥିବାରୁ ଅଧିକ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତଥାପି ଓଡ଼ିଶାରେ ପଜିଟିଭିଟି ହାର କମ୍‌ ରହିଛି। ଗତ ୧୪ଦିନ ହେଲାଣି ପ୍ରତି ୧୦ଲକ୍ଷ ଜନସଂଖ୍ୟାରେ ୧୦୪୧ ଟେଷ୍ଟିଂ ହେଉଛି।

ଯାହାକି ମହାରାଷ୍ଟ୍ର , ୟୁପି, ତାମିଲନାଡୁ , ଆସାମ ଓ ଛତିଶଗଡ଼ ତୁଳନାରେ ଅଧିକ ରହିଛି। ତେବେ ରାଜ୍ୟରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ମୃତ୍ୟୁହାର ଅନ୍ୟ ରାଜ୍ୟ ତୁଳନାରେ କମ୍‌ ରହିଛି। ରାଜ୍ୟରେ ମୃତ୍ୟୁହାର ରହିଛି ୦. ୩୮ପ୍ରତିଶତ। ଆକ୍ରାନ୍ତ ଓ ସୁସ୍ଥତା ତାଲିକାରେ ରାଜ୍ୟର ସ୍ଥାନ ଅଷ୍ଟମରେ ରହିଛି । କୋଭିଡ ଟେଷ୍ଟିଂରେ ଦେଶରେ ଓଡ଼ିଶାର ସ୍ଥାନ ଚତୁର୍ଥ ରହିଛି।