ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୧୯୩ ପଜିଟିଭ୍‌ ଚିହ୍ନଟ, ୬୦ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୧୯୩ ପଜିଟିଭ୍‌ ଚିହ୍ନଟ । ଆଉ ୬୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭ୍‌ ରେଟ୍‌ ରହିଛି ୧.୬୭ ପ୍ରତିଶତ । ଯାହାକି ଗତକାଲି ଥିଲା ୧.୭୦ ପ୍ରତିଶତ ।

୨୪ ଘଣ୍ଟାରେ ୭୧ ହଜାର ୧୯୭ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୪୨୫ ପଜିଟିଭ ଆକ୍ରାନ୍ତ ହୋଇଛନ୍ତି । କଟକରୁ ୧୬୧, ବାଲେଶ୍ୱରରୁ ୬୯, ଜଗତସିଂହପୁରରୁ ୫୬ ଓ ଯାଜପୁରରୁ ୫୦ ରହିଛି କରୋନା କେସ୍‌ । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୧୦ ହଜାର ୮୦୯।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.