ପାଣି ପାଇଁ ମହାଭାରତ: ପୋଲିସ-ଜନତା ଖଣ୍ଡଯୁଦ୍ଧ, ରାତିଅଧରେ ୨୫ରୁ ଉର୍ଦ୍ଧ୍ୱ ଆନ୍ଦୋଳନକାରୀ ଗିରଫ

ଆଳି(କେନ୍ଯୁଜ୍): ପାଣି ପାଇଁ ମହାଭାରତ । କେନ୍ଦ୍ରାପଡ଼ା ଜିଲ୍ଲା ବାଳକାଟି-ଭାରିଗଦା ନିକଟ ଖରସ୍ରୋତା ନଦୀରେ ପାନୀୟଜଳ ପ୍ରକଳ୍ପ ବିରୋଧୀ ଆନ୍ଦୋଳନ ନେଇଛି ଉଗ୍ର ରୂପ । ପୋଲିସ-ଜନତା ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ନିର୍ମାଣ କ୍ଷେତ୍ରରେ ଲଙ୍କାକାଣ୍ଡ କରିଥିଲେ ଆନ୍ଦୋଳନକାରୀ । ପ୍ରକଳ୍ପ ନିର୍ମାଣ ସ୍ଥଳରେ ପଶିଥିଲେ ଶହ ଶହ ଲୋକ ।

ସଂଗ୍ରାମ ସମିତି ଡାକରାରେ ଉଭୟ ମହିଳା ଓ ପୁରୁଷ ପୋଲିସ କର୍ଡନ ଭାଙ୍ଗି ନିର୍ମାଣ କ୍ଷେତ୍ରକୁ ଧସେଇ ପଶିଥିଲେ । ସେଠାରେ ନିୟୋଜିତ କମ୍ପାନୀର ଗାଡି, ଆମ୍ବୁଲାନ୍ସ, ଯନ୍ତ୍ରପାତି ଭାଙ୍ଗି ଛାରଖାର କରି ଦେଇଛନ୍ତି । ଏପରିକି ପୋଲିସ ଉପରକୁ ବି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଆନ୍ଦୋଳନସ୍ଥଳରେ ୨୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି। ପ୍ରକଳ୍ପ ସ୍ଥାନରେ ଲଙ୍କାକାଣ୍ଡ ପରେ ପୋଲିସ ରାତିଅଧିଆ ଚଢାଉ କରି ୨୫ରୁ ଉର୍ଦ୍ଧ୍ୱ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.