ଗତ ୨୪ ଘଣ୍ଟାରେ ୬୧୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୩୨୩ ନୂଆ କେସ୍‌, ୭ମୃତ

ଭୁବନେଶ୍ବର(କେନ୍ଯୁଜ୍): ଚିନ୍ତା ବଢାଉଛି ଖୋର୍ଦ୍ଧା । ଗତ ୨୪ ଘଣ୍ଟାରେ ୬୧୫ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କେବଳ ଖୋର୍ଦ୍ଧାରୁ ୩୨୩ ନୂଆ କେସ୍‌ ରହିଛି। ଯାହାକି ମୋଟ ଆକ୍ରାନ୍ତଙ୍କ ୫୨. ୫୨ ପ୍ରତିଶତ। ଆଉ ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗତକାଲି ଖୋର୍ଦ୍ଧାରୁ ୨୭୪ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଲାଗାତାର ୩ୟ ଦିନ ପାଇଁ ଖୋର୍ଦ୍ଧାରେ କେସ୍‌ ବଢିବାରେ ଲାଗିଛି। ଆଜି ପଜିଟିଭ୍‌ ହାର ରହିଛି ୦.୯୮ ପ୍ରତିଶତ । ୬୧୫ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୬୮ ଜଣ । ୨୪ ଘଣ୍ଟାରେ ୬୨ ହଜାର ୬୭୫ କୋଭିଡ ଟେଷ୍ଟିଂ ହୋଇଛି । ରାଜ୍ୟରେ ଏବେ ଆକ୍ଟିଭ କେସ୍‌ ରହିଛି ୫ ହଜାର ୨୦୩ ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪ ଜଣ, ବାଲେଶ୍ୱରରୁ ୧୨ ଜଣ, ଭଦ୍ରକରୁ ୭ ଜଣ, ବରଗଡ଼ରୁ ୩ ଜଣ, ବୌଦ୍ଧରୁ ଜଣେ, କଟକରୁ ୭୨ ଜଣ, ଢ଼େଙ୍କାନାଳରୁ ଜଣେ, ଗଞ୍ଜାମରୁ ୩ଜଣ, ଜଗତସିଂହପୁରରୁ ୮ଜଣ, ଯାଜପୁରରୁ ୯ଜଣ, ଝାରସୁଗୁଡ଼ାରୁ ୨ଜଣ, କେନ୍ଦ୍ରାପଡ଼ାରୁ ୧୦ଜଣ, କେନ୍ଦୁଝରରୁ ୩ଜଣ, କୋରାପୁଟରୁ ୪ଜଣ, ମୟୁରଭଞ୍ଜରୁ ୨୮ଜଣ, ନୟାଗଡ଼ରୁ ୩ଜଣ, ନୂଆପଡ଼ାରୁ ୩ଜଣ, ପୁରୀରୁ ୧୫ଜଣ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୧୯ଜଣ, ସୁନ୍ଦରଗଡ଼ରୁ ୮ ଜଣ ଓ ଷ୍ଟେଟ ପୁଲରୁ ୭୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସୂଚନା ଥାଉକି, ଗତକାଲି ରାଜ୍ଯରେ ୫୨୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ପଜିଟିଭ୍‌ ହାର ରହିଥିଲା  ୦.୯୪ ପ୍ରତିଶତ । ୫୨୯ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ରହିଥିଲେ ୬୨ ଜଣ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.