କେନ୍ଦୁଝର: ବାଂଶପାଣି ରେଳ ଷ୍ଟେସନରେ ତୁମୁଳକାଣ୍ଡ, RPF ଯବାନଙ୍କ ମାଡ଼ରେ ଜଣେ ଯୁବକ ମୃତ

ଯୋଡା (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ବାଂଶପାଣି ରେଳ ଷ୍ଟେସନରେ ତୁମୁଳକାଣ୍ଡ। ଆରପିଏଫ ଯବାନଙ୍କ ମାଡରେ ଜଣେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଆସିବା ପରେ ପ୍ରବଳ ଉତ୍ତେଜନା । ଗତକାଲି ସଂଧ୍ୟାରେ ଲକ୍ଷ୍ମଣ ପାତ୍ର ନାମକ ଜଣେ ଯୁବକ ୨ ନମ୍ବର ରେଳ ସାଇଡିଂକୁ ଯାଇଥିଲେ। RPF ଯବାନମାନେ ତାଙ୍କୁ ଚୋର ସନ୍ଦେହ କରି ନିସ୍ତୁକ ମାଡ଼ ମାରିବାରୁ ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି । ଘଟଣା ପରେ କୋଇଲା ହଟିଂ, ଭଞ୍ଜହଟିଂ ଓ ରାଧା ହଟିଂର ଶତାଧିକ ମହିଳା ପୁରୁଷ ଷ୍ଟେସନରେ ପଶି ବିଭିନ୍ନ ରେକର୍ଡ ପତ୍ର, ଆସବାବପତ୍ର ନଷ୍ଟ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ ।

ଅନ୍ୟପଟେ RPF ଯବାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ ୪ଜଣ ଆରପିଏଫ୍‌ ଯବାନ ଓ ଜଣେ ଏସ୍‌ଆଇ ଗୁରୁତର ଭାବେ ଆହତ ହୋଇଥିଲେ। ଏହି ଘଟଣାର ଖବର ପାଇ ଯୋଡ଼ା ପୋଲିସ ଆହତଙ୍କୁ ଉଦ୍ଧାର କରି ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରିଥିଲେ। ଆହତ ଆରପିଏଫ ୩ ଯବାନଙ୍କୁ ଟାଟା ମେନ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ଅନ୍ୟ ଜଣେ RPF ଯବାନ ଓ ଜଣେ ସବ୍‌ ଇନ୍ସପେକ୍ଟରକୁ ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ଯୁବକଙ୍କ ମୃତଦେହକୁ ଟାଟା ଷ୍ଟିଲ ଶବଗୃହରେ ରଖାଯାଇଛି। ଏହି ଗଣ୍ଡଗୋଳ ପରେ ଟ୍ରେନ ଚଳାଚଳରେ ବାଧାପ୍ରାପ୍ତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.