୨୪ ଘଣ୍ଟାରେ ରାଜ୍ୟରେ ୬୬୨ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୫୨ ଜଣ ଆକ୍ରାନ୍ତ

ଭୁବନେଶ୍ୱର(କେନ୍ୟୁଜ୍): ଖସୁଛି କରୋନା ଗ୍ରାଫ୍‌ । ୨୪ ଘଣ୍ଟାରେ ରାଜ୍ୟରେ ୬୬୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୩୮୭ ଓ ଲୋକାଲ କଣ୍ଟାକ୍ଟ କେସ୍‌ ୨୭୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷ ଭିତରେ ୧୦୪ ଜଣ ସଂକ୍ରମିତ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୫୨ ଜଣ ଆକ୍ରାନ୍ତ ରହିଛନ୍ତି । ସୁନ୍ଦରଗଡରୁ ୧୪୨, ମୟୂରଭଞ୍ଜରୁ ୭୮ ଓ ସମ୍ବଲପୁରରୁ ୪୮ଟି କେସ୍‌ ରହିଛି । ରାଜ୍ୟରେ କୋଭିଡ୍‌ ଆକ୍ଟିଭ୍‌ କେସ ୭ ହଜାର ୫୪କୁ ବୃଦ୍ଧି ପାଇଛି ।

ଦେଶରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୪ହଜାର ୮୩୦ ସଂକ୍ରମିତ। ୩୬ ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୧ଲକ୍ଷ ୪୭ ହଜାର ୫୧୨ । ଡେଲି ପଜିଟିଭିଟି ରେଟ ରହିଛି ୩.୪୮ ପ୍ରତିଶତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.