ନୂଆପଡା ଜଟଗଡ ଗାଁରେ ଝାଡ଼ାବାନ୍ତିରେ ବୃଦ୍ଧାଙ୍କ ମୃତ୍ୟୁ, ୨୦ରୁ ଅଧିକ ଆକ୍ରାନ୍ତ

ନୂଆପଡା(କେନ୍ୟୁଜ୍): ନୂଆପଡାରେ ଝାଡାବାନ୍ତି ଆତଙ୍କ । କୋମନା ବ୍ଲକ ଜଟଗଡ ଗାଁରେ ଝାଡ଼ାବାନ୍ତିରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କୁ ତରବୋଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମୃତ ବୃଦ୍ଧା ହେଲେ ଲାଲଦେଇ ହଂସ । ଖବରପାଇ ଗାଁରେ ପହଂଚିଲା ଏକ ଡାକ୍ତରୀ ଟିମ୍‌ । ଘର ଘର ବୁଲି ଲୋକଙ୍କ ଚିକିତ୍ସା କରୁଛନ୍ତି । ନଳକୂଅର ଦୂଷିତ ପାଣି ଯୋଗୁ ଝାଡାବାନ୍ତି ବ୍ୟାପୁଥିବା ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.