ଓମିକ୍ରନ ମୁଣ୍ଡ ଉପରେ ବି ପକାଉଛି ପ୍ରଭାବ, ମୁଣ୍ଡ ବିନ୍ଧା ବି ହୋଇପାରେ କରୋନା ଲକ୍ଷଣ

ନୂଆଦିଲ୍ଲୀ : ଓମିକ୍ରନର ନୂଆ ଭାରିଏଣ୍ଟ ଓମିକ୍ରନ ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି । ଏହା ଅନ୍ୟ ଭାରିଏଣ୍ଟ ତୁଳନାରେ ମଧ୍ୟ ଅଧିକ ମାରାତ୍ମକ ହୋଇଥାଏ । ଓମିକ୍ରନରେ ବହୁ ଲକ୍ଷଣ ପ୍ରକାଶ ପାଉଛି । ଏହା ଭିତରେ ମୁଣ୍ଡ ବିନ୍ଧା ମଧ୍ୟ ଅନ୍ୟ ଏକ ଲକ୍ଷଣ ବୋଲି ଜଣାପଡ଼ିଛି । ତେଣୁ ଯଦି ବାରମ୍ବାର ମୁଣ୍ଡ ବିନ୍ଧା ହେଉଛି । ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହା ବି ହୋଇପାରେ ଓମିକ୍ରନର ଲକ୍ଷଣ । ଆସନ୍ତୁ ଜାଣିବା ଆଉ କ’ଣ ଲକ୍ଷଣ ସବୁ ରହିଛି ଯାହାକୁ ଅଣଦେଖା କରିବା ଉଚିତ ନୁହେଁ ।

ଲଗାତାର ମୁଣ୍ଡ ବିନ୍ଧା ହେବା : ଯଦି ଆପଣ ଲଗାତାର ମୁଣ୍ଡ ବିନ୍ଧାରେ ପୀଡିତ ହେଉଛନ୍ତି ଓ ଏହା କମୁନାହିଁ । ତେବେ ଏହା ଓମିକ୍ରନର ଲକ୍ଷଣ ହୋଇପାରେ । ତେଣୁ ଏହି ସମୟରେ ଆପଣ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ୍‌ । ଆବଶ୍ୟକ ହେଲେ କୋଭିଡ ଟେଷ୍ଟ କରିବା ଉଚିତ୍‌ । ରିପୋର୍ଟ ନ ଆସିବା ଯାଏ ମୁହଁରେ ମାସ୍କ ଲଗାନ୍ତୁ ଓ ସାମାଜିକ ଦୂରତା ବନାଇ ରଖନ୍ତୁ ।

ସାମାନ୍ୟ ଜର : ଓମିକ୍ରନରେ ମଧ୍ୟ ଅନ୍ୟ ଭାରିଏଣ୍ଟ ପରି ହାଲକା ଜର ବା ସାମାନ୍ୟ ଜର ଆସିଥାଏ । ଯଦି ଆପଣଙ୍କୁ କିଛି ଦିନ ଧରି ଜର ରହୁଛି, ତେବେ ଏହା ଓମିକ୍ରନର ଲକ୍ଷଣ ହୋଇପାରେ । ତେଣୁ କୋଭିଡ ଟେଷ୍ଟ କରନ୍ତୁ ।

ଆଖି ଦରଜ ହେବା : ଯଦି ଆପଣଙ୍କ ଆଖିରେ ଦରଜ ଓ ଫୁଲା ରହୁଛି । ତେବେ ଏହା ମଧ୍ୟ ଓମିକ୍ରନର ଲକ୍ଷଣ ହୋଇପାରେ । ଏହାକୁ ଅଣଦେଖା କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.