TCS ହେଲା ବିଶ୍ଵର ଦ୍ଵିତୀୟ ମୂଲ୍ୟବାନ IT କମ୍ପାନୀ: ତୃତୀୟ ସ୍ଥାନରେ ଇନଫୋସିସ୍, ଟପ୍ ୨୫ ରହିଛି ଅନ୍ୟ ୪ ଭାରତୀୟ କମ୍ପାନୀ
ଭାରତୀୟ କମ୍ପାନୀ ଟିସିଏସ ବର୍ତ୍ତମାନ ସବୁ IT କମ୍ପାନୀକୁ ପଛରେ ପକାଇ ବିଶ୍ଵର ଦ୍ଵିତୀୟ ମୂଲ୍ୟବାନ ଆଇଟି କମ୍ପାନୀ ହୋଇଛି। ଖାଲି ସେତିକି ନୁହେଁ ଏହା ଆମେରିକାର ବଡ଼ କମ୍ପାନୀ ଆଇବିଏମ୍ କମ୍ପାନୀକୁ ପଛରେ ପକେଇଛି । ବ୍ରାଣ୍ଡ୍ ଭାଲ୍ୟୁମେଣ୍ଟ୍ କମ୍ପାନୀ ବ୍ରାଣ୍ଡ୍ ଫାଇନାନ୍ସର ଏକ ରିପୋର୍ଟ ଅନୁଯାୟୀ କୁହାଯାଇଛି ଯେ ଟିସିଏସ ପରେ ଭାରତୀୟ କମ୍ପାନୀ ଭାବେ ଇନଫୋସିସ୍ ବିଶ୍ୱର ତୃତୀୟ IT କମ୍ପାନୀ ମଧ୍ୟରେ ରହିଛି । ତେବେ ଆଇଟି କମ୍ପାନୀ ମଧ୍ୟରୁ ବିଶ୍ଵର ପ୍ରଥମ କମ୍ପାନୀ ଭାବେ ଆସେଞ୍ଚର ରହିଛି ।
TCS ଦୁନିଆର ଦ୍ୱିତୀୟ ମୂଲ୍ୟବାନ ଆଇଟି କମ୍ପାନୀ ହେବା ପରେ ଇନଫୋସିସ୍ ତୃତୀୟ ସ୍ଥାନ ଅଧିକାର କରିଛି ଓ ଏହା ସହ ଶ୍ରେଷ୍ଠ ୨୫ ଟି IT କମ୍ପାନୀ ମଧ୍ୟରେ ଭାରତର ଅନ୍ୟ ୪ଟି ଆଇଟି କମ୍ପାନୀ ରହିଛି।
ଏହା ମଧ୍ୟରୁ ୨୦୨୨ ର ଏକ ରିପୋର୍ଟ ଅନୁଯାୟୀ, ଟିସିଏସ୍ ଏବଂ ଇନଫୋସିସ୍ ପରେ ଆହୁରି ଚାରିଟି ଭାରତୀୟ କମ୍ପାନୀ ୱିପ୍ରୋ ସପ୍ତମ ସ୍ଥାନ, ଏଚସିଏଲ୍ ଅଷ୍ଟମ ସ୍ଥାନରେ, ଟେକ୍ ମହିନ୍ଦ୍ରା ୧୫ ତମ ସ୍ଥାନରେ, ଏଲଟିଆଇ ୨୨ ତମ ସ୍ଥାନରେ ଟପ୍ ୨୫ ରେ ରହିଛି ।
ଏହି ୬ଟି ଭାରତୀୟ IT କମ୍ପାନୀ ୨୦୨୦-୨୦୨୨ ମଧ୍ୟରେ ଅଧିକ ଭାବେ ଲାଭ କରିଛି। ତେବେ TCS ଏହାରି ମଧ୍ୟରେ ଭଲ କାମ କରି ଅନ୍ୟ ଫରେନ୍ କମ୍ପାନୀକୁ ପଛରେ ପକାଇଛି। ଭାରତୀୟ କମ୍ପାନୀଗୁଡିକ ୨୦୨୦ ରୁ ୨୦୨୨ ମଧ୍ୟରେ ଦ୍ରୁତ ଗତିରେ ଆଗକୁ ବଢ଼ିଛି। ଏମିତିକି ଭାରତର ଆଇଟି କମ୍ପାନୀ ଗୁଡ଼ିକ ହାରାହାରି ୫୧ ପ୍ରତିଶତ ଲାଭ କରିଥିବା ବେଳେ ଆମେରିକା କମ୍ପାନୀ ଗୁଡ଼ିକର ବ୍ରାଣ୍ଡ୍ ସାତ ପ୍ରତିଶତ ହ୍ରାସ ପାଇଛି। ବର୍ତ୍ତମାନ TCS ର ବ୍ରାଣ୍ଡ୍ ମୂଲ୍ୟ ହେଉଛି ୧୬.୮ ବିଲିୟନ ଡ଼ଲାର୍ ।
ତେବେ ନିଜ କମ୍ପାନୀର ଭଲ ଲାଭ ହୋଇଥିବାରୁ କମ୍ପାନୀ ଏହାର କ୍ରେଡିଟ୍ ନିଜ କର୍ମଚାରୀଙ୍କୁ ଦେଇଛି। କମ୍ପାନୀ କହିଛି ଯେ ଏହାର ଭଲ ପ୍ରଡକ୍ଟ ଓ ଭଲ ଭାବେ ହୋଇଥିବା କାମ ପାଇଁ ଆଜି TCS ବିଶ୍ୱର ଦ୍ଵିତୀୟ IT କମ୍ପାନୀ ହୋଇପାରିଛି । କମ୍ପାନୀର ମୁଖ୍ୟ ମାର୍କେଟିଂ ଅଫିସର ରାଜଶ୍ରୀ ଆର କହିଛନ୍ତି ଯେ ଏହି ର଼୍ୟାଙ୍କିଙ୍ଗ୍ କମ୍ପାନୀ ପାଇଁ ଏକ ମାଇଲଖୁଣ୍ଟ ଅଟେ ଏବଂ ଏହା ଗ୍ରାହକଙ୍କ ପାଇଁ ଆଗକୁ ଭଲକାମ କରିବ ଓ ଅନେକ କ୍ଷେତ୍ରରେ ପରିବର୍ତ୍ତନ ଆଣିବ।