Below header

ତୁଣ୍ଡ ବାଇଦ ସହସ୍ର କୋଷ: କରୋନା କଣ କିଛି ଜାଣିନଥିଲେ ସୁଦ୍ଧା ଶାଳ ପତ୍ରକୁ ଖଡିକାରେ ସିଲେଇ କରି ମାସ୍କ ଭଳି ମୁହଁରେ ପିନ୍ଧୁଛନ୍ତି ଏଠାକାର ଲୋକେ

ବାଂଶପାଳ: କରୋନା ଭୂତାଣୁ ସଂକ୍ରମଣ ବଞ୍ଚିବାକୁ ନେଇ ସାରା ବିଶ୍ବ ଆତଙ୍କିତ ହୋଇପଡିଥିବାବେଳେ ଆମ ଦେଶରେ ମଧ୍ଯ ସଂକ୍ରମଣ ବଢୁଥିବାରୁ ଏହାକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବହୁବିଧି ପଦକ୍ଷପ ଗ୍ରହଣ କରାଯାଉଛି । ୨୧ ଦିନ ପାଇଁ ସାରା ଦେଶକୁ ଲକଡାଉନ୍ ଘୋଷଣା କରାଯାଇଛି । ଅତ୍ଯାବଶ୍ଯକୀୟ ସାମଗ୍ରୀକୁ ବାଦ ଦେଇ ବାକି ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦେବା ସହିତ ନିୟମିତି ସାବୁନରେ ହାତ ଧୋଇବା ପାଇଁ ସଚେତନ କରାଯାଉଛି । ବାହାରକୁ ଗୋଡ କାଢିବା କ୍ଷଣି ଲୋକେ ମୁହଁରେ ମାସ୍କ ବ୍ଯବହାର କରୁଛନ୍ତି ।

leafହେଲେ କେନ୍ଦୁଝର ବାଂଶପାଳ ବ୍ଳକ୍ ବଣ ପାହାଡ ଘେରା କଡାକଳା ଗାଁରେ ଏହାକୁ ନେଇ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର । ଯଦିଓ ଏଠିକି ପର୍ଯ୍ଯାପ୍ତ ସଚେତନତା ବାର୍ତ୍ତା ପହଁଚୁନି କିମ୍ବା ଏଠାକାର ଲୋକେ ପୋଲିସର ସାଇରନ୍ ଶୁଣିପାରୁ ନାହାନ୍ତି ତଥାପି ତୁଣ୍ଡ ବାଇଦରୁ କରୋନା ସମ୍ପର୍କରେ ଜାଣି ଗାଁ ଲୋକେ ସ୍ବତ ପ୍ରବ୍ରୁତ ଭାବେ ସଚେତନ ହେଉଛନ୍ତି ।

maskଗାଁ ମୁଣ୍ଡରେ କାଠ ବାନ୍ଧି ସିଲ୍ କରିଥିବାବେଳେ ଗାଁ ଲୋକ ବାହାରକୁ ଗଲେ ଅଥବା କିଏ ଫେରିଲେ ସାବୁନରେ ଭଲ ଭାବେ ହାତ ଧୋଇ ପ୍ରବେଶ କରୁଛନ୍ତି । ଅପରପକ୍ଷେ ମାସ୍କ କଣ ଭଲ ଭାବେ ଜାଣିନଥିଲେ ସୁଧା ଅନ୍ଯମାନଙ୍କ ପାଖରୁ ଶୁଣି ଶାଳ ପତ୍ରକୁ ଖଡିକାରେ ସିଲେଇ କରି ମାସ୍କ ଭଳି ମୁହଁରେ ବାନ୍ଧୁଛନ୍ତି । ସାମଜିକ ଦୂରତା ସମ୍ବନ୍ଧରେ ଆଜିବି ସେମାନେ ଭଲ ଭାବେ ସଚେତନ ହୋଇପାରି ନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.