Below header

ICICI Bank ଆରମ୍ଭ କଲା ନୂଆ ସର୍ଭିସ, ଗ୍ରାହକ ହ୍ଵାଟ୍ସଆପରେ ହିଁ ପାଇପାରିବେ ଏହି ଜରୁରୀ ବ୍ୟାକିଂ ସେବା

ଆଇସିଆଇସିଆଇ ବ୍ୟାଙ୍କ (ICICI Bank) ସୋମବାର ଏକ ନୂଆ ପ୍ରକାରର ବ୍ୟାକିଙ୍ଗ ସର୍ଭିସ ଆରମ୍ଭ କରିଛି। ବ୍ୟାଙ୍କ ନିଜର ଗ୍ରାହକଙ୍କୁ ହ୍ଵାଟ୍ସଆପରେ ବ୍ୟାକିଂ ସେବା ଦେବାକୁ ଯାଉଛି। କାରୋନା ଭାଇରସ ଲକଡାଉନରେ ଯେପରି ଗ୍ରାହକଙ୍କୁ ଘରେ ହିଁ ସମସ୍ତ ବ୍ୟାକିଂ ସେବା ମିଳିପାରିବ ସେଥିପାଇଁ ବ୍ୟାଙ୍କ ଏହି ସର୍ଭିସ ଆରମ୍ଭ କରିଛି।

iciciହ୍ଵାଟ୍ସଆପରେ ଗ୍ରାହକ ନିଜ ଖାତାରେ ଥିବା ଟଙ୍କା, ଲାଷ୍ଟ ତିନୋଟି ଟ୍ରାନଜାକସନ, କ୍ରେଡିଟ କାର୍ଡର ବୈଧତା ଆଦି ଯାଞ୍ଚ କରିପାରିବେ। ଏହାଛଡା ଲୋନ ଅଫର, କ୍ରେଡିତ କାର୍ଡକୁ ବ୍ଲକ ଏବଂ ଅନବ୍ଲକ କରିପାରିବେ। ଏହାଛଡା ଗ୍ରାହକ ନିଜର ଆଖପାଖରେ ତିନୋଟି ଆଇସିଆଇସିଆଇ ବ୍ୟାଙ୍କର ଏଟିଏମ ଏବଂ ଶାଖାର ବିବରଣୀ ପାଇପାରିବେ।


ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକ ଅନୁପ ବାଗଚି କହିଛନ୍ତି ଯେ ଆମେ ଚେଷ୍ଟା କରୁଛୁ ଯେ ଆମେ ଆମର ଗ୍ରାହକଙ୍କୁ ଉତ୍ତମ ସୁବିଧା ଯୋଗାଇବାକୁ। ନିକଟରେ ଆମେ ‘ICICIStack’ ଆରମ୍ଭ କରିଥିଲେ।

ସମସ୍ତଙ୍କ କାମରେ ଆସିପାରିବ ଏହି ସର୍ଭିସ

iciciକୌଣସି ବି ଆଇସିଆଇସିଆଇ ବ୍ୟାଙ୍କ (ICICI Bank) ଖାତାଧାରୀ ଯେଉଁମାନେ ହ୍ଵାଟ୍ସଆପରେ ଅଛନ୍ତି ସେମାନେ ନୂଆ ସେବାର ଉପଯୋଗ କରିପାରିବେ। ଏହାସହିତ ବ୍ୟାଙ୍କର କେବଳ କ୍ରେଡିଟ କାର୍ଡ ରଖିଥିବା ଗ୍ରାହକ ଏହି ସେବାର ଉପଯୋଗ ନିଜ କାର୍ଡକୁ ବ୍ଲକ/ଅନବ୍ଲକ କରିବାରେ କରିପାରିବେ। ଅଣ ଆଇସିଆଇସିଆଇ ବ୍ୟାଙ୍କର ଗ୍ରାହକ ନିଜ ଆଖପାଖରେ ଥିବା ବ୍ୟାଙ୍କ ଶାଖା/ଏଟିଏମର ସ୍ଥାନ ଜାଣିବା ପାଇଁ ଏହି ସର୍ଭିସକୁ ଉପଯୋଗ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.