Covid-19 : କୋହଲିଙ୍କ ପରେ ରୋହିତ ବଢାଇଲେ ସହାୟତାର ହାତ, ଦାନ କଲେ ୮୦ ଲକ୍ଷ ଟଙ୍କା

କରୋନା ଭାଇରସ ମହାମାରୀ ମୁକାବିଲା ପାଇଁ ଭାରତୀୟ ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ୮୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହି ଭୟଙ୍କର ସ୍ୱାସ୍ଥ୍ୟ ସଙ୍କଟରୁ ସମସ୍ତଙ୍କୁ ମୁକୁଳାଇବା ହେଉଛି ସମସ୍ତଙ୍କର ଦାୟିତ୍ୱ ବୋଲି ରୋହିତ କହିଛନ୍ତି। ଭାରତୀୟ ଦିନିକିଆ ଦଳରେ ଉପ-ଅଧିନାୟକ ଥିବା ରୋହିତ ୪୫ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀଙ୍କ କେୟାର ଫଣ୍ଡକୁ ଦାନ ଦେଇଥିବାବେଳେ ୨୫ ଲକ୍ଷ ଟଙ୍କା ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପଣ୍ଡକୁ ପ୍ରଦାନ କରିଛନ୍ତି। ସେ ମଧ୍ୟ ୫ ଲକ୍ଷ ଟଙ୍କା ‘ଜୋମାଟୋ ଫିଡିଂ ଇଣ୍ଡିଆ’ ପ୍ରଦାନ କରିଛନ୍ତି। ଦେଶରେ ଚାଲିଥିବା ଲକ୍ ଡାଉନ୍ କାରଣରୁ ପ୍ରଭାବିତ ହେଉଥିବା ପରିବାରଙ୍କୁ ଜୋମାଟୋ ସହାୟତା ପ୍ରଦାନ କରୁଛି। ସେହିପରି ବୁଲା କୁକୁରଙ୍କ କଲ୍ୟାଣ ପାଇଁ ସେ ୫ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି ବୋଲି ଟୁଇଟ୍ କରି ରୋହିତ ଏ ବିଷୟରେ ସୂଚନା ଦେଇଛନ୍ତି।

rr

ରୋହିତଙ୍କ ପୂର୍ବରୁ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର, ସୁରେଶ ରାଇନା, ଅଜିଙ୍କ୍ୟ ରାହାନେ ଓ ଅନ୍ୟମାନେ ଦେଶରେ ଏହି ବପତ୍ତିରେ ଅର୍ଥଦାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.